ପୋଡାଅସ୍ତିଆରେ ଦନ୍ତା ଆତଙ୍କ, ମଞ୍ଚା ବନ୍ଧା ଜଙ୍ଗଲରେ ଛାଡିଲା ବନବିଭାଗ

Published By : Prameya-News7 Bureau | December 01, 2023 IST

ବାରିପଦା ୦୧/୧୨: ବାରିପଦା ସହର ଉପକଣ୍ଠ ପୋଡ଼ାଅସ୍ତିଆ ଦନ୍ତା ହାତୀ ଉପଦ୍ରବ । ଉଦଳା-ବାରିପଦା ମୁଖ୍ୟରାସ୍ତାରେ ଆଜି ସକାଳୁ ଆତଙ୍କ ଖେଳାଇଲା ଏକ ଦନ୍ତାହାତୀ । ଖବର ପାଇ ବନ ବିଭାଗ ହାତୀକୁ ବାରୁଣୀ ଘାଟ ବୁଢ଼ାବଳଙ୍ଗ ନଦୀ ପାର କରି ଘଉଡ଼ାଇ ମଞ୍ଚା ବନ୍ଧା ଜଙ୍ଗଲରେ ଛାଡି ଦେଇଥିବାର ସୂଚନା ।

ସୂଚନା ଥାଉକି, ଗତ କିଛିଦିନ ହେବ ଏଠାରେ ହାତୀ ଉପଦ୍ରବ ଜାରି ରହିଛି । ବ୍ୟାପକ ଫସଲ ନଷ୍ଟ ଘର ଭଙ୍ଗାରୁଜା ଜାରି ରହିଛି । ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଏବେ ବନ ବିଭାଗ ପହଞ୍ଚି ହାତୀକୁ ବାରୁଣୀ ଘାଟ ବୁଢ଼ାବଳଙ୍ଗ ନଦୀ ପାର କରି ଘଉଡ଼ାଇ ମଞ୍ଚା ବନ୍ଧା ଜଙ୍ଗଲରେ ଛାଡି ଦେଇଥିବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.