ହାତୀ ଦାଉରୁ ରକ୍ଷାକର ପ୍ରଶାସନ, ଗୁହାରୀ କଲେ ୫ ପଞ୍ଚାୟତର ଲୋକେ

Published By : Prameya-News7 Bureau | March 20, 2023 IST

ଅନୁଗୁଳ ୨୦/୦୩: ହାତୀ ଦାଉରୁ ରକ୍ଷା ପାଇଁ ୫ଟି ପଂଚାୟତର ୨୦ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ବିଗତ ୫ ବର୍ଷ ହେବ ତାଳଚେର ଉପଖଣ୍ଡ କଂକିଳି, ସଇଁନାଳି ହରିହରପୁର, ବିହାରିପୁର, ଭେରୁବନିଆ, କାକୁଡି, ଧର୍ମପୁର, ଗୁରୁଜାଙ୍ଗ ଏବଂ ଗୋଡିବନ୍ଧ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଆରେ ଲାଗିଛି ।

wp:gallery {"linkTo":"none"} /wp:gallery

ସଂଧ୍ୟାହେଲେ ଲୋକମାନେ ଘରୁ ବାହାରି ପାରୁନାହାନ୍ତି, ଅନେକଙ୍କ ଘର ଭାଙ୍ଗିଆ ସହ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ତୁରନ୍ତ ଏଥିର ସ୍ଥାୟୀ ସମାଧାନ ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୋଲାର ତାର ଲଗାଯିବା ପାଇଁ ଦାବି କରିଛନ୍ତି ଏହି ଅଞ୍ଚଳବାସୀ । ସେପଟେ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବ ବୋଲି ଆଶ୍ୱସନା ଦେଇଛନ୍ତି ସ୍ଥାନୀୟ ପ୍ରଶାସନ । ଏଥିପାଇଁ ଆବଶ୍ୟକ ଅର୍ଥ DMF ଫଣ୍ଡ ରୁ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.