ହାତୀ ମଣିଷ ମୁହାଁମୁହିଁ; ବିଶ୍ୱନାଥଙ୍କୁ ପାଦରେ ଦଳି ମାରିଦେଲା ଦନ୍ତା
8/09/2022 at 11:41 PM

ବାରିପଦା ୦୮/୦୯: ହାଟ ଭିତରେ ପଶି ଦଳିଦେଲା ଦନ୍ତା। ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୟୁରଭଞ୍ଜ ବୈଶିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ହାଟରେ ଏପରି ଘଟଣା ଦେଖବାକୁ ମିଳିଛି। ସନ୍ଧ୍ୟା ୫ଟାରେ ହାଟ ସରିବା ବେଳେ ପାଖରେ ଜଙ୍ଗଲ ଭିତରୁ ହଠାତ୍ ଗୋଟିଏ ହାତୀ ପଶି ଆସିଥିଲା। ସେହି ଗାଁର ବିଶ୍ୱନାଥ ସିଂ ନାମକ ଯୁବକ ହାତୀ ହାବୁଡ଼ରେ ପଡିଯାଇଥିଲେ। ପରେ ହାତୀ ତାଙ୍କୁ ପାଦରେ ଦଳି ମାରି ଦେଇଥିଲା। ଅନ୍ୟ ଲୋକେ ଦୌଡ଼ି ପଳାଇବାରୁ ହାତୀ ଅକ୍ରମଣରୁ ବଞ୍ଚି ଯାଇଥିଲେ। ହେଲେ ଖବର ପାଇବାର ୨ଘଣ୍ଟା ପର୍ଯ୍ୟନ୍ତ ବେତନଟୀ ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ପାରି ନଥିବା ଦେଖିବାକୁ ମିଳିଛି।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023