scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତେଲକୋଇ ରେଞ୍ଜରେ ପୁଣି ଏକ ହାତୀ ମୃତ, ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

19/11/2023 at 9:39 AM

ତେଲକୋଇ ୧୯।୧୧ : ପୁଣି ଏକ ହାତୀର ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ବନବିଭାଗ ଟିମ୍‌ର ଛାନ୍‌ଭିନ୍‌ ।

ଖବର ଅନୁଯାୟୀ, ଗତ ୧୧ ତାରିଖରେ ଗୋଳାବନ୍ଧ ସେକ୍ସନ ରେ ଏକ ଦନ୍ତା ହାତୀର ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟିଥିବା ବେଳେ ଆଜି  ବିମଳା ଫରେଷ୍ଟ ବିଟ ଆକୁଳ ଗାଁ ନିଳାପଶି ମୁଣ୍ଡାସାହି ନିକଟ ଧାନଜମି ପାଖରେ ଗୋଟିଏ ୧୦ ବର୍ଷର ହାତୀର ମୃତ୍ୟୁ ଘଟିଛି। ପାରିପାର୍ଶ୍ବିକ ଅବସ୍ଥାରୁ ହାତୀପଲଙ୍କ ଭିତରେ ସଂଘର୍ଷରେ ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ସେପଟେ ତେଲକୋଇ ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ ହାତୀ ସୁରକ୍ଷା ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

   Related Posts