ଦନ୍ତା ହାତୀର ଆତଙ୍କ : ଘର ଭାଙ୍ଗିବା ସହ ଖାଇଗଲା ଧାନ ଓ ଚାଉଳ

Published By : Prameya-News7 Bureau | June 16, 2019 IST

କେନ୍ଦୁଝର ୧୬|୬: କେନ୍ଦୁଝରରେ ଦନ୍ତା ହାତୀର ଆତଙ୍କ । ବିଳମ୍ବିତ ରାତିରେ ବିଜେପି ରେଞ୍ଜ ଶଂଖାରୀ ସାହିର ନିଳାମ୍ବର ପ୍ରଧାନଙ୍କ ଘର ଭାଙ୍ଗି ଦନ୍ତା ଖାଇଗଲା ଧାନ ଓ ଚାଉଳ । କିଛି ଦିନ ଧରି ଗୋଠଛଡା ହୋଇ ବୁଲୁଥିବା ଏକ ଦନ୍ତା ହଠାତ୍ ଗତକାଲି ରାତିରେ ଶଂଖାରୀ ସାହିରେ ପଶିଥିଲା । ଶଂଖାରୀ ସାହିର ନିଳାମ୍ବର ପ୍ରଧାନଙ୍କର ଘରର କାନ୍ଥ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଖାଇଯାଇଥିଲା । ଗ୍ରାମବାସୀ ହାତୀ ଉପରକୁ ଟେକା ପଥର ଫିଙ୍ଗିଥିଲେ ହେଲେ ହାତୀ ତାକୁ ମାନିନଥିଲା । ପେଟ ପୁରା ଖାଇ କିଛି ସମୟ ପରେ ସେହି ସ୍ଥାନ ଛାଡି ପଳାଇଥିଲା ।

ଏହି ଦନ୍ତାଟି ଦୁଇ ଦିନ ତଳେ ଶଂଖାରୀ ଗାଁର ଭାଗିରଥୀଙ୍କର ଘର ଭାଙ୍ଗି ଧାନ, ଚାଉଳ ଓ ମକ୍କା ସହ ଧାନ ବସ୍ତା ଭିତରେ ଥିବା ଟଙ୍କା ମଧ୍ୟ ଖାଇଯାଇଥିଲା । ହେଲେ ଏବେ ପାଖ ଜଙ୍ଗଲ ରେ ଦନ୍ତାଟି ଥିବାରୁ ଆଖପାଖ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.