ଶିମିଳିପାଳ ହାତୀ ମୃତ୍ୟୁ ମାମଲା; ତଦନ୍ତ କଲେ ମୁଖ୍ୟ ବନସଂରକ୍ଷକ ଅଧ୍ୟକ୍ଷ
28/12/2022 at 6:48 PM

କରଞ୍ଜିଆ ୨୮/୧୨: ଶିମିଳିପାଳ ହାତୀପୋଡ଼ି ଘଟଣାର ଖୋଳତାଡ଼। ମୁଖ୍ୟ ବନସଂରକ୍ଷକ ଅଧ୍ୟକ୍ଷ ଏହି ହାତୀ ମୃତ୍ୟୁ ଘଟଣାର ଖୋଳତାଡ କରୁଛନ୍ତି। ବନ୍ୟପ୍ରାଣି ମୁଖ୍ୟ ବନ ସଂରକ୍ଷକ ଏସ.କେ ପୋପୋଲି ଏହି ଦାୟିତ୍ୱରେ ଅଛନ୍ତି। ବୁଧବାର ଶିମିଳିପାଳ ଅଭୟାରଣ୍ୟର ଜେନାବିଲରେ ତଦନ୍ତ ପରେ ଯଶିପୁର ବନଖଣ୍ଡରେ ଜରୁରୀ ବୈଠକ ହୋଇଛି।
ବୈଠକରେ ଆର୍ସିସିଏଫ ଅଧିକାରୀ ଟି ଅଶୋକ କୁମାର, ୨ ଜଣ ଉପନିର୍ଦ୍ଦେଶକଙ୍କ ସହିତ ୩ ଜଣ ACF ଉପସ୍ଥିତ ଥିଲେ। ହାତୀପୋଡ଼ି, ମହାବଳ ବାଘ ଶୀକାର ପରେ ଚମଡ଼ା ବିକ୍ରି ଓ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବିଷ ପିଆଇ ମାରିଥିବା ଘଟଣାର ତଦନ୍ତ କରିଛନ୍ତି ବନ୍ୟପ୍ରାଣୀ ମୁଖ୍ୟ ବନ ସଂରକ୍ଷକ। ଗତ କିଛି ଦିନ ପୂର୍ବରୁ ଏହି ଘଟଣାରେ ସିସିସିଏଫ ତଦନ୍ତ କରିଥିବା ବେଳେ ବୁଧବାର ପୁଣି ବନ୍ୟପ୍ରାଣି ମୁଖ୍ୟ ବନସଂରକ୍ଷକ ଅଧ୍ଯକ୍ଷ ତଦନ୍ତ କରିଥିବା ଦେଖିବାକୁ ମିଳିଛି ।