ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା

Published By : Prameya-News7 Bureau | December 09, 2022 IST

ପାଟଣା ୦୯/୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମୁନି ହାତୀପଲ ଉପଦ୍ରବ, ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଉତ୍ପାତ ମଚାଇଛନ୍ତି । ଏହି ହାତୀପଲ ବଲାଣିପଶି, ପୁରୁଣିଆ, କେନ୍ଦେଇପଶି, ଜହ୍ନେଇପଶି ଅଞ୍ଚଳରେ ବିଲରେ ପାଚିଲା ଧାନ ଖାଇବା ସହ ଅମଳ ପାଇଁ କଟାଯାଇ ରଖା ଯାଇଥିବା ଶହ ଶହ ଧାନ ବିଡାକୁ ଖାଇ ନଷ୍ଟ କରିଛନ୍ତି ।

ଏବେ ଏହି ହାତୀପଲ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ଥିବାରୁ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀପଲଙ୍କ ଉପରେ ବନ ବିଭାଗ ନଜର ରଖିଥିବା ବେଳେ ହାତୀପଲଙ୍କୁ ଦେଖିବାକୁ ହଜାର ହଜାର ଲୋକ ଭିଡ଼ ଜମାଇ ହାତୀ ଯିବା ଆସିବା କରିବା ରାସ୍ତାକୁ ଅବୋରଧ କରି ରଖୁଥିବାରୁ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହେଉଛି, ହାତୀ ଦେଖିବା ପାଇଁ ଅମାନିଆ ଲୋକେ ଜୀବନକୁ ବାଜିରେ ଲଗାଇ ୩୦ଫୁଟ ଉପର ଗଛକୁ ଉଠି ହାତୀ ଦେଖିବା ସହ ହାତୀଙ୍କୁ ଟେକା ପଥର ମାରି ବିରକ୍ତି କରୁଛନ୍ତି l ଖୁବ ଶୀଘ୍ର ଏ ଅଞ୍ଚଳ ରୁ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.