ନରସିଂହପୁରରେ ଅସୁସ୍ଥ ମାଈ ହାତୀର ମୄତ୍ୟୁ
21/01/2019 at 8:16 AM

ଆଠଗଡ ୨୧|୧: ଆଠଗଡ଼ ନରସିଂହପୁର ବାଲିକିଆରୀ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୄତ୍ୟୁ ହୋଇଛି । ହାତୀର ବୟସ ୫୦ ବର୍ଷ ହେବ । ଦୀର୍ଘଦିନ ହେଲା ମାଈ ହାତୀ ଅସୁସ୍ଥ ଥିଲା । ଚିକିତ୍ସାଧୀନ ଥିବା ବେଳେ ଅସୁସ୍ଥ ହାତୀର ମୃତ୍ୟୁ ହୋଇଛି । ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ରେଞ୍ଜ ପଶ୍ଚିମ ସଂରକ୍ଷିତ ବାଲିକିଆରୀ ଜଙ୍ଗଲର କମ୍ପାଣ୍ଟମେଣ୍ଟ ୧୦ରେ ଦୀର୍ଘଦିନ ଧରି ଅସୁସ୍ଥ ଥିଲା । ହାତୀଟିର ପରୀକ୍ଷା ନିରୀକ୍ଷା ତଥା ଚିକିତ୍ସା ଚାଲୁଥିବା ବେଳେ ତାର ମୃତ୍ୟୁ ହୋଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023