ହାତୀ ଛୁଆ ମରିବା ପରେ ପୋତିଦେଲେ ; ଖବର ପାଇଲା ନାହିଁ ବନବିଭାଗ
18/01/2019 at 12:39 PM

କପ୍ତିପଦା ୧୮|୧: ହାତୀ ଛୁଆ ମରିବା ପରେ ତାକୁ ପୋତିଦେଲେ । ହେଲେ ବନ ବିଭାଗ ଖବର ପାଇଲା ନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କପ୍ତିପଦା ଯାମଚୁଆ ଜଙ୍ଗଲରେ । ଗତ ସୋମବାର ଦିନ ଏହି ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ଘଟିଥିଲା । ଏ ସଂପର୍କରେ ରାଇପାଳ ବିଟ୍ ହାଉସର ଫରେଷ୍ଟର ଜାଣିବାକୁ ପାଇଥିଲେ । ତେବେ ଘଟଣାକୁ ଚପାଇ ଦେବା ପାଇଁ ସେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ସେ ମୃତ ହାତୀ ଛୁଆକୁ ପୋତି ଦେଇଥିଲେ । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଡିଏଫ୍ଓ, ଏସିଏଫ୍, ରେଞ୍ଜର ପହଞ୍ଚି ହାତୀ ଛୁଆର ମୃତଦେହକୁ ଖୋଳି ବାହାର କରିଛନ୍ତି । ଏହି ଘଟଣା ପରେ ଫରେଷ୍ଟରଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି । କିଛିଦିନ ତଳେ ଶିମିଳିପାଳରେ ମଧ୍ୟ ଏକ ହାତୀର ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ତାକୁ ପୋଡ଼ି ଦିଆଯାଇଥିଲା ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023