ବାର୍‌ହା ଫାଶରେ ଦନ୍ତା ମୃତ, ହିନ୍ଦୋଳ ବନାଞ୍ଚଳରୁ ଠାବ ହେଲା ମୃତଦେହ

Published By : Prameya-News7 Bureau | January 16, 2020 IST

ଢେଙ୍କାନାଳ ୧୬।୧: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟି ଏକ ଦନ୍ତାହାତୀ ବୋଲି ଜଣାପଡିଛି । ହିନ୍ଦୋଳ ଉପଖଣ୍ଡର ଗୁରିଲୋ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ହାତୀଟି ମରିପଡିଥିବା ଦେଖାଯାଇଛି । ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି । ହାତୀର ବୟସ ୧୪ରୁ ୧୫ ବର୍ଷ ବୋଲି ଜଣାପଡିଛି।

{"id":211813,"sizeSlug":"large"}

ତେବେ ବିଦ୍ୟୁତ୍ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ଜଙ୍ଗଲରେ ବାରହା ପାଇଁ ବିଛା ଯିଇଥିବା ବିଦ୍ୟୁତ୍ କରେଣ୍ଟରେ ଏହି ଦନ୍ତା ହାତୀଟି ମରିପଡିଥିବା ଏଭଳି ଅନୁମାନ କରାଯାଇଛି। ଘଟଣାସ୍ଥଳରୁ କିଛି ବିଦ୍ୟୁତ୍ ତାରକୁ ମଧ୍ୟ  ବନବିଭାଗ  ଜବତ କରିଛି । ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.