ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ
10/02/2020 at 8:59 AM

ତେଲକୋଇ ୧୦।୦୨: କେନ୍ଦୁଝର ତେଲକୋଇ ରେଞ୍ଜ ଅଧିନସ୍ଥ ଦୁଲ୍ଲଭପୁର ଗାଁରେ ହାତୀପଲଙ୍କ ଉପଦ୍ରବ । ଏକର ଏକର ଜମିର କୋବି ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି ହାତୀପଲ । ସେହିଭଳି ଗାଁରେ ଥିବା ଆମ୍ବବଗିଚାରେ ପଶି ୩୦ରୁ ଅଧିକ ଆମ୍ବଗଛ ଭାଙ୍ଗି ଦେଇଛନ୍ତି ।

ଆମ୍ବଗଛରେ ବଉଳ ଧରୁ ଥିବା ବେଳେ ହାତୀ ଗଛ ଭାଙ୍ଗି ଦେଇଥିବାରୁ ଚାଷୀଙ୍କ ଚିନ୍ତା ବଢିଛି । ଗାଁ ପାଖ ଜଙ୍ଗଲରେ ହାତୀପଲ ବୁଲୁଥିବାରୁ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅନ୍ୟପକ୍ଷରେ ହାତୀପଲ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଉପଦ୍ରବ ଚଳାଇ ଆସୁଥିଲେ ମଧ୍ୟ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023