ଚୌଦ୍ୱାର ଅଞ୍ଚଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

Published By : Prameya-News7 Bureau | December 17, 2019 IST

ଚୌଦ୍ୱାର ୧୭।୧୨: ଚୌଦ୍ୱାର ସ୍ଥିତ ବିମାନ ଉଡାଣ ଗବେଷଣା କେନ୍ଦ୍ର ନିକଟରେ ହାତୀ ପଲ । ଡାଲିଜୋଡା ରିଜର୍ଭ ଜଙ୍ଗଲରୁ ବିଳମ୍ବିତ ରାତିରେ ଚାଲି ଆସିଥିବା ଅଠର ଜଣିଆ ହାତୀପଲ ଏବେ arc ପାଚେରୀ ନିକଟରେ ଥିବା କାଜୁ ଜଙ୍ଗଲ ମଧ୍ୟରେ ଅଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ଆଗ୍ରହାଟ-ସଙ୍କରପୁର--ବାଣୀପଦା ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା । ବନ କର୍ମଚାରୀମାନେ ଏମାନଙ୍କୁ ଘଉଡାଇବାପାଇଁ ଉଦ୍ୟମ ଜାରି ରଖିଛନ୍ତି । ହାତୀ ପଲ ନିକଟସ୍ତ ମଙ୍ଗଳପୁର, ଆଗ୍ରହାଟ ଓ ବାଣୀପଦା ଗ୍ରାମ ର ଧାନ ଫସଲ ନଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.