ତେଲକୋଇ ରେଞ୍ଜରେ ଘର ଭାଙ୍ଗି ଧାନ ଖାଇଗଲେ ହାତୀ ପଲ, ଘଉଡାଇବାକୁ ବନ ବିଭାଗର ଉଦ୍ୟମ

Published By : Prameya-News7 Bureau | July 02, 2022 IST

ତେଲକୋଇ ୨।୭: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଥମିବାର ନାଁ ଧରୁନି ହାତୀ ପଲଙ୍କ ଉପଦ୍ରବ। ହାତୀ ପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି।

{"id":650492,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟର ଦୋବଲାପାଳ ପଞ୍ଚାୟତ ବାଶଂପାଳ ଗାଁରେ ୮ଟିକିଆ ହାତୀ ପଲ ପଶି ଉପଦ୍ରବ କରିଥିଲେ। ଗାଁର ନିତ୍ୟାନନ୍ଦ ପେଣ୍ଠେଇଙ୍କ ୪ ବଖରା ଘରକୁ ଭାଙ୍ଗି ୧୨ବସ୍ତା ଧାନକୁ ଖାଇଯାଇଥିଲେ । ହାତୀ ପଲ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡିଥିଲେ। ଗାଁଲୋକଙ୍କୁ ଡାକି ହାତୀ ପଲଙ୍କୁ ଘଉଡାଇଥିଲେ । ତେବେ ବନ ବିଭାଗ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.