ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ; ଏକର ଏକର ଧାନ ଫସଲ ନଷ୍ଟ
7/11/2018 at 3:48 PM

ଖୋର୍ଦ୍ଧା ୭|୧୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଫରେଷ୍ଟ ରେଞ୍ଜ ଇଲାକାର ଭୂଷଣ୍ଡପୁର ଅଞ୍ଚଳରେ ହାତୀ ଉପଦ୍ରବ । ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀ । ଗତକାଲି ବିଳମ୍ବିତ ରାତିରେ ୪ ରୁ ୫ଟି ହାତୀ ଭୂଷଣ୍ଡପୁର ନିକଟ ରସୁଲପୁର ମୌଜାରେ ପଶିଥିଲେ । ଏହି ଅଞ୍ଚଳରେ ଥିବା ଚାଷୀଙ୍କ ଏକର ଏକର ଧାନ ଫସଲକୁ ଦଳି ଚକଟି ଧ୍ଵସ୍ତ ବିଧ୍ଵସ୍ତ କରିଦେଇଛନ୍ତି ହାତୀ। ଫଳରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଧାନ ବିଲକୁ ଦେଖି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଟାଙ୍ଗୀ ବନ ବିଭାଗ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ଚି ସରକାରୀ ଅନୁକମ୍ପା ଯୋଗାଇ ଦେବାକୁ ଏବଂ ଚାଷୀଙ୍କ ଋଣ ଟଙ୍କା ଛାଡ କରିବାକୁ ଦାବି ହେଉଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023