ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ହାତୀ ଉପଦ୍ରବ ; ବ୍ୟାପକ ଧାନ ଫସଲ ନଷ୍ଟ

Published By : Prameya-News7 Bureau | November 09, 2018 IST

ଯାଜପୁର ୯|୧୧: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ହାତୀ ଉପଦ୍ରବ।  କାଇମାଟିଆ, ଶାଳପଡ଼ା, ସିହା ଆଦି ବିଭିନ୍ନ ପଞ୍ଚାୟତରେ  ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ପ୍ରାୟ ୫୦ରୁ ଅଧିକ ହାତୀ ସ୍ଥାନୀୟ ଅଞ୍ଚଳରେ ଆଡ୍ଡା ଜମାଇବା ସହିତ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ପାଚିଲା ଧାନ ବିଲରେ ହାତୀ ପଶିବାରୁ ବିଶେଷ କରି ଅଧିକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଛି । ହାତୀ ପଲଙ୍କୁ ତଡ଼ିବା ପାଇଁ ବନବିଭାଗ  ଉଦ୍ୟମ କରୁଥିଲେ ମଧ୍ୟ ସେମାନଙ୍କ ଉପରେ ତାହାର କିଛି ପ୍ରଭାବ ପଡ଼ୁନଥିବା ଜଣାପଡ଼ିଛି । ବାଣ ଫୁଟାଇ ସେମାନଙ୍କ ବନବିଭାଗ ତଡ଼ିବା ଦ୍ବାରା କିଛି ସମୟ ଜଙ୍ଗଲକୁ ଚାଲିଯାଉଛନ୍ତି ହାତୀ । ପରବର୍ତ୍ତୀ ସମୟରେ ଆସି ପୁଣି ଫସଲ ନଷ୍ଟ କରୁଛନ୍ତି । ସେପଟେ ଜଙ୍ଗଲୀ ଜୀବଜନ୍ତୁ ଫସଲ ନଷ୍ଟ କଲେ କ୍ଷତିପୂରଣ ମିଳିବାର ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ୫ ବର୍ଷ ହେଲା ସ୍ଥାନୀୟ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିନି ବନବିଭାଗଗ । ଯାହାକୁ ନେଇ ବ୍ୟାପକ ଜନଅସନ୍ତୋଷ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.