ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୬ ବଣୁଆ ହାତୀ, ନଷ୍ଟ କଲେ ଏକର ଏକର ଧାନ ଫସଲ

Published By : Prameya-News7 Bureau | October 13, 2021 IST

ପାଟଣା ୧୩।୧୦: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ କୁସୁମନାଳୀ ଗାଁ ଜଙ୍ଗଲକୁ ଧସେଇ ପଶିଛନ୍ତି ହାତୀ ପଲ । ଏହି ୨୬ ଟିକିଆ ବଣୁଆ ହାତୀପଲ ପଶିଥିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀପଲ ଗାଁ ନିକଟ ଜଙ୍ଗଲରେ ଡେରାପକାଇ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।

ସେହିପରି ଆଜି ସକାଳୁ ସକାଳୁ ହାତୀପଲ ଟାଙ୍ଗରବନ୍ତଳା ଗାଁରେ ଧାନ ଫସଲ ଖାଇବା ସହିତ ପାଦରେ ଦଳି ଚକିଟି ଦେଇଛନ୍ତି । ଯାହାଫଳରେ  ଚାଷୀଙ୍କ ଏକର ଏକର ଗର୍ଭଣା ଧାନ ଫସଲ ନଷ୍ଟ ହୋଇଯାଇଛି । ଏବେ ଚାଷୀକୂଳ ଚିନ୍ତାରେ ପଡିଯାଇଛି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି । ହାତୀପଲ ଆଙ୍କୁଡ଼ି , ରସବନ୍ତଳା, କାଉଁରିକଳା, ଟାଙ୍ଗର ବନ୍ତଳା କଞ୍ଚନ ଡୁମୁରିଆ, ନିଶ୍ଚିନ୍ତପୁର ଅଞ୍ଚଳରେ ଏକର ଧାନ ଧାନ ଫସଲ ନଷ୍ଟ କରିଛନ୍ତି । ଖୁବଶୀଘ୍ର ହାତୀପଲଙ୍କୁ ଘଉଡ଼ାଇ ବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.