ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ, ଏକର ଏକର ଧାନ ଫସଲ ସହ ପନିପରିବା ଚାଷ କଲେ ନଷ୍ଟ

Published By : Prameya-News7 Bureau | December 01, 2020 IST

ପାଟଣା ୦୧।୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଥମିବାର ନେ ନେଉନାହିଁ । ଦିନ ସମୟରେ ହାତୀପଲ ଗାଁ ପାଖ ଜଙ୍ଗଲରେ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ଭିତରକୁ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡିଛିନ୍ତି ।

{"id":370626,"sizeSlug":"large"}

ମିଳିଥିବା ସୂଚାନନୁସାରେ, ବିଳମ୍ବିତ ରାତିରେ ହାତୀପଲ ତୋଣ୍ଡ ବିଟ୍ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବିଟ୍ର ଡୁମୁରିଆ ଓ ହାତିନୋଟା ଗ୍ରାମରେ ପଶି ଧାନ ଫସଲ ସହିତ ପନି ପରିବା ଚାଷକୁ  ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଋଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଭାଳେଣି ପଡିଛି । ହାତୀପଲରେ ୧୯ ହାତୀ ରହିଥିବା ବେଳେ ଏବେ ହାତୀପଲ ବଣ ମହୁଲଡିହା ଗାଁ ନିକଟ ପାତୁଳି ସାହି ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୁବ ଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ସହିତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ଦାବୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.