ପାଟଣା ରେଞ୍ଜରେ ମାତିଛନ୍ତି ହାତୀପଲ : ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଧାନ ଫସଲ

Published By : Prameya-News7 Bureau | July 22, 2023 IST

ପାଟଣା ୨୨।୦୭ : ମାତିଛନ୍ତି ହାତୀ । ଭାଙ୍ଗୁଛନ୍ତି ଘର , ନଷ୍ଟ କରୁଛନ୍ତି ଧାନ ଫସଲ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।

{"id":820431,"width":716,"height":412,"sizeSlug":"full","linkDestination":"none","className":"is-style-rounded"}

ଖବର ଅନୁଯାୟୀ, ହାତୀ ପଲ ଦିନ ବେଳା କରଞ୍ଜିଆ ରେଞ୍ଜରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ତେଲ ନଦୀ ପାର୍‌ ହୋଇ ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଞ୍ଚଳରେ ପ୍ରବେଶ କରୁଛନ୍ତି । ଏହାସହିତ ବ୍ୟାପକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ଗତ ଦୁଇ ଦିନ ହେଲା ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ୩ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି ।

{"id":820432,"width":728,"height":419,"sizeSlug":"full","linkDestination":"none","className":"is-style-rounded"}

ହାତୀପଲ ଧାନ ବିଲରେ ପଡିଥିବା ତଳିକୁ ମାଡି ଚକଟି ନଷ୍ଟ କରିଛନ୍ତି । ଯାହାଫଳରେ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ସେହିପରି ହାତୀପଲ ଏବେ କରଞ୍ଜିଆ ରେଞ୍ଚରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

wp:embed {"url":"https://www.prameyanews7.com/cm-naveen-pattnaik-acive-new-rocord/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-naveen-pattnaik-acive-new-rocord/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.