ହାତୀପଲଙ୍କ ପୁଣି ଉପଦ୍ରବ , ବ୍ୟାପକ ଧାନ ଫସଲ ନଷ୍ଟ ସହ ଘର ଭାଙ୍ଗି ଦେଲେ ହାତୀପଲ
11/02/2020 at 11:15 AM

କରଞ୍ଜିଆ ୧୨।୦୨: କରଞ୍ଜିଆରେ ପୁଣି ହାତୀପଲଙ୍କ ଉପଦ୍ରବ । ମୟୁରଭଞ୍ଜି ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ସାରବିଲ ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ହାତୀ ଉପଦ୍ରବରେ ଧାନ ଚାଉଳ ଖାଇବା ସହ ଘର ଭାଙ୍ଗି ଦେଇଥିବା ଅଭିଯୋଗ ।

ସୂଚନାଯୋଗ୍ୟ ଯେ,ଠାକୁରମୁଣ୍ଡା ରେଞ୍ଜ ସାରବିଲ ଗାଁରେ ସେମାବାର ବିଳମ୍ବିତ ରାତିରୁ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି । ଗାଁ ଭିତରେ ହାତୀମାନ ପସି ଧାନ ଚାଉଳ ଖାଇବା ସହ ୫ବଖରା ଘର ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଜୀବନଯାନପ କରୁଥିବାର ଅଭିଯୋଗ ହୋଇଛି । ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023