ତେଲକୋଇ ରେଞ୍ଜରେ ଦନ୍ତା ଉପଦ୍ରବ, ଘର ଭାଙ୍ଗି ଖାଇଗଲା ବିହନ ଧାନ

Published By : Prameya-News7 Bureau | June 22, 2022 IST

ତେଲକୋଇ ୨୨/୦୬ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ଥମୁନି ଗୋଠଛଡା ଦନ୍ତା ଉପଦ୍ରଵ । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି । ମାସକ ମଧ୍ୟରେ ୧୫ ରୁ ଅଧିକ ଘର ଭାଙ୍ଗିବା ସହ ଦୁଇଜଣଙ୍କୁ ଦଳି ଦେଇଛି ଦନ୍ତା । ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟାପଡା ଗାଁରେ ଗୋଠଛଡା ଦନ୍ତା ପଶି ଉପଦ୍ରଵ ଚଳାଇଥିଲା ।

ବିଭୁତି ପ୍ରଧାନଙ୍କ ଧାନଘର ଭାଙ୍ଗି ୭ ବସ୍ତା ବିହନ ଧାନକୁ ଖାଇଯିବା ସହ ବାଡ଼ିରେ ଥିବା ନଡ଼ିଆ ଗଛକୁ ଭାଙ୍ଗି ପକାଇଛି । ବିଭୁତି ପ୍ରଧାନ ଗାଁ ଲୋକଙ୍କ ସାହାଯ୍ୟରେ ଦନ୍ତାହାତୀକୁ ଘଉଡ଼ାଇ ଥିଲେ । ଜମିରେ ବୁଣିବା ପାଇଁ ରଖିଥିବା ବିହନ ଧାନକୁ ହାତୀ ନଷ୍ଟ କରିଦେବା ଫଳରେ ଚାଷ କେମିତି କରିବ ସେନେଇ ମୁଣ୍ଡରେ ହାତଦେଇ ବସିଛନ୍ତି ବିଭୁତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.