oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଙ୍ଗାଳୀ ଡ୍ୟାମ୍‌ରୁ ହାତୀ ଶାବକର ମୃତଦେହ ଉଦ୍ଧାର, କାଦୁଅରେ ଫସି ମୃତ୍ୟୁ ସନ୍ଦେହ

6/01/2022 at 4:43 PM

ଦେବଗଡ ୬।୧: ଦେବଗଡ ବନଖଣ୍ଡ ବାରକୋଟ ରେଞ୍ଜ ଅନ୍ତର୍ଗତ ଗିନାହଜା ଗ୍ରାମ ନିକଟରେ ରେଙ୍ଗାଳୀ ନଦୀବନ୍ଧର ଜଳଭଣ୍ଡାର ମଧ୍ୟରୁ ଗୁରୁବାର ଗୋଟିଏ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ମାଛ ଧରାଳୀମାନେ ଡ୍ୟାମରୁ ମାଛ ମାରୁଥିବା ବେଳେ ହାତୀ ଶାବକର ମୃତଦେହ ପାଣିରେ ଭାସୁଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣି ମଧ୍ୟରୁ ବାହାରକୁ ଆଣିଥିଲେ।  ମୃତଦେହଟି ଏକ ଅଣ୍ଡିରା ହାତୀ ଶାବକର ହୋଇଥିବା ବେଳେ ଏହାର ଆନୁମାନିକ ବୟସ ପ୍ରାୟ ୧ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାୟ ୪୦ଟି ହାତୀ ଥିବା ଏକ ହାତୀ ପଲ ସଂପୃକ୍ତ ଅଞ୍ଚଳରେ ଗତ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେଲା ରହୁଥିଲେ । ହାତୀ ଶାବକଟି ଜଳଭଣ୍ଡାର ମଧ୍ୟକୁ ଯାଇଥିବା ବେଳେ ପଙ୍କ କାଦୁଅରେ ଫସିଯାଇ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀ ଶାବକର ମୃତ୍ୟୁ ତିନି ଚାରି ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି।  ଦେବଗଡ ବନଖଣ୍ଡ ଡିଏଫଓ ମଗର ଧାନଜୀ ରାଓସୋ ଘଟଣାସ୍ଥଳରେ ପହଞ୍ଚି ହାତୀ ଶାବକର ମୃତ୍ୟୁ ନେଇ ଅନୁସନ୍ଧାନ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ଓ ଘଟଣାସ୍ଥଳରେ ହାତୀ ଶାବକର ମୃତଦେହ ପୋତିଦିଆଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

   Related Posts