ଚିକିତ୍ସାଧୀନ ଅବସ୍ଥାରେ ଉଦ୍ଧାର ହାତୀ ଛୁଆର ମୃତ୍ୟୁ

Published By : Prameya-News7 Bureau | August 24, 2020 IST

ମୋରଡା ୨୪।୮: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଖୁରୁଣ୍ଟିଆ ଗାଁର ଚାଷ ଜମିରୁ ଉଦ୍ଧାର ହୋଇଥିବା ହାତୀ ଛୁଆର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରବିବାର ଖୁରୁଣ୍ଟିଆ ଗାଁ ନିକଟ ଚାଷ ଜମିରୁ ଏକ ହାତୀ ଛୁଆକୁ ଅସୁସ୍ଥ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା । ହାତୀ ଛୁଆକୁ ଉଦ୍ଧାର କରିବ ପରେ ବନବିଭାଗ ରାସଗୋବିନ୍ଦପୁର ରେଞ୍ଜ ବଳଦିଆ ନର୍ସରୀରେ ରଖି ଚିକିତ୍ସା ଆରମ୍ଭ କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି ।

{"id":319206,"sizeSlug":"large"}

ଅନ୍ୟପକ୍ଷରେ ହାତୀଛୁଆର ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନବିଭାଗ କହିଛି । ମୃତ ହାତୀ ଛୁଆର ଆନୁମାନିକ ବୟସ ଏକ ବର୍ଷ ହେବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.