ସାତଲାଣ୍ଡି ପାହାଡରେ ମାଈ ଛୁଆ ହାତୀର ମୃତ୍ୟୁ

Published By : Prameya-News7 Bureau | May 06, 2023 IST

ଚଣ୍ଡିଖୋଲ ୬।୫: ଯାଜପୁର ଜିଲ୍ଲା ଡାଳିଯୋଡ଼ା ବଇରୀ ରେଞ୍ଜ ଅଧୀନ ସାତଲାଣ୍ଡି ସଂରକ୍ଷିତ ଜଙ୍ଗଲରେ ଏକ ଛୁଆ ମାଈ ହାତୀର ମୃତ୍ୟୁ ହୋଇଛି । ସାତଲାଣ୍ଡି ପାହାଡ଼ଟି ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ଅଂଚଳରେ ରହିଥିବାରୁ କିଛି ଛୁଆ ହାତୀ ଢେଙ୍କାନାଳ ଜଙ୍ଗଲରୁ ସାତଲାଣ୍ଡି ସଂରକ୍ଷିତ ଜଙ୍ଗଲକୁ ଚାଲିଆସିଥିଲେ । ଜଙ୍ଗଲରେ ଥିବା ଏକ ଦନ୍ତା ହାତୀ ଉପଦ୍ରଵ କରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ମୃତ ହାତୀ ଛୁଆର ବୟସ ଦେଢ଼ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ମୃତ ହାତୀ ଛୁଆକୁ ଉଦ୍ଧାର କରାଯାଇ ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ମୃତ ଛୁଆ ହାତୀର ଶବକୁ ସେଠାରେ ଗାତ ଖୋଳି ପୋତି ଦିଆଯାଇଛି । ଏ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.