ପାଟଣା ରେଞ୍ଜରେ ଥମୁନି ହାତୀପଲ ଉପଦ୍ରବ, ନଷ୍ଟ କରୁଛନ୍ତି ଏକର ଏକର ଫସଲ ଓ ଭାଙ୍ଗୁଛନ୍ତି ଘର
9/09/2022 at 12:27 PM

ପାଟଣା ୦୯/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଦୁଇ ସପ୍ତାହ ହେଲାଣି ଉଭୟ ବନବିଭାଗ ଏବଂ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ହାତୀପଲଙ୍କ ଉପଦ୍ରଵ ରେ ଅତିଷ୍ଠ ହେଲେଣି ଲୋକେ । ବିଳମ୍ବିତ ରାତିରେ ହାତୀପଲ ପଇତାମଜା ଓ ବାଉଁଶନାଳି ଗାଁରେ ପଶି ଦୁଇଟି ଘର ଭାଙ୍ଗିଦେଇଛନ୍ତି ।
ଏଥିସହ ଅଞ୍ଚଳରେ ହୋଇଥିବା ଧାନ ମକା ଓ ବୋଇତାଳୁ ଚାଷ କୁ ନଷ୍ଟ କରିଦେଇଛନ୍ତି ହାତୀପଲ । ହାତୀପଲ ଦୁଇ ସପ୍ତାହରେ ଭାଙ୍ଗିଲେଣି ୧୪ଟି ଘର, ଏବେ ହାତୀପଲ ପୁରୁଣାପାଣି ଗାଁ ନିକଟରେ ବୁଲୁଥିବାରୁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ନଜର ରଖାଯାଇଛି ।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023