୨ ଦନ୍ତା ହାତୀ ଭାଙ୍ଗିଲେ ଘର; ନିରାଶ୍ରୟ ହେଲେ ପରିବାର
30/12/2022 at 11:02 PM

ଦେବଗଡ଼ ୩୦/୧୨: ଶୁକ୍ରବାର ଭୋର ସମୟରେ ଦେବଗଡ ରେଞ୍ଜ ଅନ୍ତର୍ଗତ ରାଇତାଲ ଗାଁରେ ୨ ଦନ୍ତା ହାତୀ ଆସି ଗୋଟିଏ ଘର ଭାଙ୍ଗିଦେଇଛନ୍ତି। ଦନ୍ତା ହାତୀ ରାଇତାଲ ଗାଁର ତ୍ରୀପୁରା ବାରିକଙ୍କ ଘର ଭାଙ୍ଗିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ କିଛି ଦିନ ହେଲା ୨ଟି ଦନ୍ତା ହାତୀ ଆସି ବାଡି ବଗିଚାକୁ ନଷ୍ଟ କରୁଥିବା ଅଭିଯୋଗ ହେଉଥିଲା।
ଶୁକ୍ରବାର ତ୍ରୀପୁରାଙ୍କ ପରିବାର ଶୋଇଥିବା ବେଳେ ହାତୀ ୨ଟି ଆସି ଘର ଭଙ୍ଗାରୁଜା କରିଥିଲେ। ଘର ନଷ୍ଟ ହେବା ପରେ ତାଙ୍କ ପରିବାର ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଏନେଇ ଖବରପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ଦୁଇଟି ହାତୀ ପାଖରେ ଥିବା ଜଙ୍ଗଲରେ ଅଛନ୍ତି ବୋସି ସ୍ଥାନୀୟ ବାସିନ୍ଦା କହିଛନ୍ତି।