Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ପେଟ୍ରୋଲିଂ ବେଳେ ଦନ୍ତାର ମୃତଦେହ ଠାବ; ଶିକାର କରି ଦାନ୍ତ କାଟିନେଲେ ଶିକାରୀ

9/02/2023 at 9:05 PM

ବାରିପଦା ୦୯/୦୨: ପୁଣି ଶିମିଳିପାଳରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଗୋପୀନାଥପୁର ବିଟ ଅଧୀନ ଜଙ୍ଗଲରେ ବୁଧବାର ପେଟ୍ରୋଲିଂ ବେଳେ ବନକର୍ମଚାରୀମାନେ ମୃତଦେହ ଦେଖିଥିଲେ। ଏହାପରେ ସେମାନେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଥିଲେ। ଏହା ଜାଣି ବନ ବିଭାଗ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।

ତେବେ ରାତି ହେବାରୁ ଗୁରୁବାର ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ବନ ବିଭାଗ ଟିମ ଯାଇଥିଲେ। ଶିକାରୀମାନେ ହାତୀଟିକୁ ମାରି ତାର ଶୁଣ୍ଢ କାଟି ୨ଟି ଦାନ୍ତ ନେଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହାତୀଟିର ବୟସ ୭ ରୁ ୧୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି। ମୃତ ହାତୀକୁ ତିନି ଚାରି ଦିନ ତଳେ ଶିକାର କରଯାଇଛି। ଅରୁଣାଚଳପ୍ରଦେଶର ଶିକାରୀ ଏଥିରେ ଜଡ଼ିତ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଜଣାଇନଛନ୍ତି।

   Related Posts