ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ, ୪ଟି ଘର ଭାଙ୍ଗିବା ସହ ୨ଜଣଙ୍କୁ ଆକ୍ରମଣ

29/06/2022 at 10:13 AM

ତେଲକୋଇ ୨୯।୬: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଥମିବାର ନାଁ ଧରୁନି ହାତୀପଲଙ୍କ ଉପଦ୍ରବ । ଗୋଟିଏ ଦିନରେ ୪ଟି ଘର ଭାଙ୍ଗିବା ସହ ହାତୀପଲ ଦୁଇ ଜଣଙ୍କୁ ଆକ୍ରମଣ କରିଛନ୍ତି । ହାତୀପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟର କନ୍ତଲେଇ ମୁଣ୍ଡା ସାହି ଓ ବିମଳା ଫରେଷ୍ଟ ବିଟ ଗୋଳାଗାଡିଆ ମୁଣ୍ଡା ସାହିରେ ହାତୀପଲ ଉପଦ୍ରବ କରିଥିଲେ । ଦୁଇ ସାହିରେ ୪ଟି ଘରକୁ ଭାଙ୍ଗି ଧାନଚାଉଳ ଖାଇଯାଇଥିଲେ । କନ୍ତଲେଇ ମୁଣ୍ଡା ସାହିର ଲେମ୍ବୁ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ସୁକୁମାରୀ ମୁଣ୍ଡା ଘର ଭିତରେ ଶୋଇଥିବା ଅବସ୍ଥାରେ ହାତୀପଲ ଘର ଭାଙ୍ଗିବାରୁ ତାଙ୍କ ଉପରେ କାନ୍ଥ ପଡିଯାଇଥିଲା । ଫଲରେ ସେ ଚେତା ହରାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ରହିଛି ।

ସେପଟେ ବିମଳା ଫରେଷ୍ଟ ବିଟର ଗୋଳାଗାଡିଆ ଗାଁ ମୁଣ୍ଡା ସାହିରେ ଦେବାନନ୍ଦ ମୁଣ୍ଡା ଓ ପାଣ୍ଡବ ମୁଣ୍ଡାଙ୍କ ଘର ଭାଙ୍ଗି ୭ବସ୍ତା ଚାଉଳ ଖାଇବା ସହ ଘରର ହାଣ୍ଡି କଡେଇକୁ ଦଳିମକଚି ନଷ୍ଟ ରିଦେଇଛନ୍ତି । ଦେବାନନ୍ଦ ମୁଣ୍ଡା ହାତୀ କବଳରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ହାତୀପଲ ଘର ଭାଙ୍ଗିବା ଦେଖି ଦେବାନନ୍ଦ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ସେ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତା ତାଙ୍କୁ ଶୁଣ୍ଢରେ ପିଟି ଦେଇଥିଲା । ଜୀବନ ବିକଳରେ ଦେବାନନ୍ଦ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତିଯାଇଥିଲେ ।

   Related Posts