Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବଣୁଆ ହାତୀଙ୍କ ଉନ୍ମତ୍ତକାଣ୍ଡ, ଫସଲ ଜଗିଥିବା ଚାଷୀକୁ ବିଲରେ କଚାଡି ମାରିଦେଲେ

3/10/2022 at 3:49 PM

ଢେଙ୍କାନାଳ, ୦୩।୧୦: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢିଚାଲିଛି । ଏପରିକି ଗତ କିଛିଦିନ ହେଲା ବଣୁଆ ହାତୀମାନେ ରାସୋଳ ସେକ୍ସନ ଅଂଚଳରେ ବିଲରେ ପଶି ଦଳି ମକଚି ଧାନ ଫସଲକୁ ଉଜାଡ଼ି ଦେଇଛନ୍ତି । ତେବେ ଆଜି ଜଣେ ଚାଷୀ ରାସୋଳ ନିକଟସ୍ଥ ବିଲବେହାଳ ଅଞ୍ଚଳର ବିଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଛି । ହାତୀପଲଙ୍କ ମଧ୍ୟରୁ ଏକ ଦନ୍ତା ହାତୀ ତାଙ୍କୁ ବିଲରେ କଚି ମାରିଦେଇଥିବା ଜଣାପଡିଛି ।

ମୃତ ଚାଷୀ ଜଣଙ୍କ ରାସୋଳ ମୁଣ୍ଡିଆ ସାହିର ପଞ୍ଚାନନ ବେହେରା ବୋଲି ଜଣାପଡିଛି । ଗ୍ରାମବାସୀ ପହଁଚି ମୃତଦେହକୁ ବିଲରୁ ଉଦ୍ଧାର କରିଛନ୍ତି । ପରେ ଖବର ପାଇ ହିନ୍ଦୋଳ ବନ କର୍ମଚାରୀମାନେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ହାତୀ ପଲ ସ୍ଥାନୀୟ ଜଙ୍ଗଲରେ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ସେମାନଙ୍କ ଧନ ଜୀବନ ସୁରକ୍ଷା ନେଇ ଆତଙ୍କିତ ହୋଇପଡିଛନ୍ତି ।

   Related Posts