suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଚାଷୀଙ୍କୁ ଦଳି ଦେଲା ଦନ୍ତା; ଦେବଗଡ଼ରେ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣେ ମୃତ, ଗାଁରେ ଉତ୍ତେଜନା

18/12/2022 at 11:07 AM

ଦେବଗଡ଼୧୮/୧୨: ଧାନଖଳାରେ ଚାଷୀଙ୍କୁ ଦଳି ଦେଲା ଦନ୍ତା । ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଖିଲବେରେଣିରେ ଗୋଠଛଡ଼ା ଦନ୍ତା ଚାଷୀଙ୍କୁ ଆକ୍ରମଣ କରିଛି । ଧାନ ଜଗିଥିବାବେଳେ ଭାଗ୍ୟ କିଷାନଙ୍କୁ ଦଳି ମାରିଦେଇଛି ହାତୀ । ଚାଷୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୋହ୍ଲବସା ପଞ୍ଚାୟତରେ ଦନ୍ତା ଉତ୍ପାତ । ଗୋଠ ଛଡ଼ା ଦନ୍ତାହାତୀ ଆତଙ୍କ ରଚୁଛି । ଚିରଗୁଣିକୁଦର ଗାଁର ଭାଗ୍ୟ କିଷାନ ଖଳାରେ ଧାନ ଜଗିଥିବା ସମୟରେ ଆକ୍ରମଣ କରିଥିଲା ହାତୀ । ଦନ୍ତା ଦଳି ଦେବା ଯୋଗୁ କିଷାନଙ୍କ ମୃତ୍ୟୁ ହୋଇଛି । ଚାଷୀଙ୍କ ମୃତ୍ୟୁ ପରେ ଗାଁ ଉତ୍ତେଜନା ଦେଖାଦେଇଛି । କିଛି ଅସ୍ଥାୟୀ ବନ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଅନ୍ୟପଟେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବନ ବିଭାଗ ହାତୀଙ୍କ ଦାଉ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । କେବଳ କ୍ଷତିପୂରଣ ପ୍ରତିଶ୍ରୁତି ଦେଇ ଦାୟିତ୍ବ ସାରି ଦେଉଥିବା କହିଛନ୍ତି ଲୋକ ।  

   Related Posts