ଯୁବତୀଙ୍କୁ ଦଳିଦେଲା ନରହନ୍ତା ଦନ୍ତା, ଛତୁ ତୋଳିବାକୁ ଯାଇଥିବାବେଳେ ଆକ୍ରମଣ

Published By : Prameya-News7 Bureau | July 07, 2023 IST

ତେଲକୋଇ ୦୭/୦୭: ଦିବ୍ୟାଙ୍ଗ ଯୁବତୀଙ୍କୁ ଦଳି ଦେଲା ନରହନ୍ତା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଶିରିଆବାହାଳ ଗାଁ ମଗରଦର ଜଙ୍ଗଲରେ ।

ସୂଚନାଥାଉକି, ଆଜି ସକାଳୁ ଦୁଇ ଭିନ୍ନକ୍ଷମ ଭଉଣୀ ଶଶିକା ଓ ବିଶିକା ଛତୁ ଖୋଜିବାକୁ ମଗରଦରା ଜଙ୍ଗଲକୁ ଯାଇଥିଲେ । ତେବେ ଛତୁ ତୁଳିବା ବେଳେ ଶଶିକା ପେଣ୍ଠେଇ କୁ ହାତୀ ଆକ୍ରମଣ କରିଥିଲା । ଏହାଦେଖି ବିଶିକା ପେଣ୍ଠେଇ ଦୌଡିପଳାଇ ଯାଇଥିଲେ । ଘରେ ଯାଇ ଖବର ଦେଇଥିଲେ ।

ଖବରପାଇ ଘର ଲୋକେ ଜଙ୍ଗଲ ରେ ଖୋଜାଖୋଜି କରି ଶଶିକାଙ୍କ ମୃତଦେହକୁ ଠାବ କରିଥିଲେ ଏବଂ ଏନେଇ ବନବବିଭାଗକୁ ଜଣାଇଥିଲେ । ବନବବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରି ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି ।

you can also read...

wp:embed {"url":"https://www.prameyanews7.com/miscreants-looted-from-patali-srikhetra-jagannath-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-looted-from-patali-srikhetra-jagannath-temple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.