ଗାଁରେ ପଶି ଗଜରାଜଙ୍କ ଆତଙ୍କ, ଗୋଟିଏ ପରିବାରର ୪ ଜଣ ଆହତ, ଗୃହକର୍ତ୍ତାଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | August 18, 2020 IST

ଚଣ୍ଡିଖୋଲ, ୧୮|୦୮: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ  ଦର୍ପଣ ପଞ୍ଚାୟତ ଗୁଲୁଜାର  ନଗର ଗାଁର ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ଗ୍ରାମର ୩ଜଣ ଆହତ ହୋଇଛନ୍ତି ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଗାଁକୁ ଦନ୍ତା ହାତୀ ପଶି ଆସିଥିଲେ । ସେମାନଙ୍କ ଆକ୍ରମଣରେ ଗୋଟିଏ ପରିବାରର ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୩  ଜଣ  ଆହତ ହୋଇଛନ୍ତି । ଗୁରୁତର କଲ୍ୟାଣୀ ମାଲିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ସେହିପରି ଆହତ କମଳାକାନ୍ତ ମଲିକ୍ , ଦୁଇ ଝିଅ  କଳ୍ପନା, ସାଲିନାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବାରମ୍ବାର ହାତୀ ଉପଦ୍ରବ ଲାଗି ରହି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.