ଗାଁରେ ହାତୀ ଉପଦ୍ରବ; ଲୋକେ ଆତଙ୍କିତ

Published By : Prameya-News7 Bureau | January 01, 2023 IST

ନୀଳଗିରି ୦୧/୦୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ସୀମାନ୍ତ ଶାଳବନ୍ଧ ଅଞ୍ଚଳରେ ଗାଁକୁ ରାତିରେ ପଶି ଉପଦ୍ରବ କରୁଛନ୍ତି ହାତୀ ପଲ। ରବିବାର ରାତିରେ କିଛି ହାତୀପଲ ଅଭୟାରଣ୍ୟରୁ ବାହାରି ଗାଁ ଭିତରକୁ ପଶିଥିଲେ। ଧାନକାଟି କଳେଇ ଜମା ହୋଇଥିବା ଜାଗାକୁ ବା କଳେଇ ପୁଞ୍ଜିରୁ ଧାନ ଖାଇବାକୁ ହାତୀପଲ ଛକି ରହୁଥିହା ଜଣା ପଡ଼ିଛି। ହାତୀ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ହାତୀଙ୍କ ଗତିବିଧି ଉପରେ କୂଳଡିହା ରେଞ୍ଜର ବନକର୍ମଚାରୀମାନେ ନଜର ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.