ଜାତୀୟ ରାଜପଥରେ ଦନ୍ତା : ଲୋକେ ଛାନିଆ, ଯାତାୟତ ଠପ୍

Published By : Prameya-News7 Bureau | August 21, 2021 IST

ଟାଙ୍ଗୀ, ୨୧|୦୮:  ଜାତୀୟ ରାଜପଥରେ ବୁଲୁଛି ଦନ୍ତା । ଲୋକେ ଛାନିଆ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନସ୍ଥ ହରିପୁର ଛକ ୧୬ ନଂ ଜାତୀୟ ରାଜପଥ ଉପରେ ଗୋଟିଏ ଦନ୍ତାହାତୀ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା ।

ସୂଚନାନୁସାରେ, ଜାତୀୟ ରାଜପଥ ଉପରେ ହାତୀଟି ପଇଁତରା ମାରୁଥିଲା । ହାତୀର ଚଳପ୍ରଚଳ କାରଣରୁ ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା । ଲୋକଙ୍କ ହୋ-ହଲ୍କା ଯୋଗୁଁ ଦନ୍ତାହାତୀଟି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା । ଖବର ପାଇ ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦନ୍ତାର ଗତିବିଧି ଉପରେ ନଜର ରଖିଛି ।

ତେବେ ବିଳମ୍ବିତ ରାତ୍ରରେ ଦନ୍ତାହାତୀଟିକୁ ଜନବସତିଠାରୁ ଦୂର ଜଙ୍ଗଲକୁ ନେଇଯିବା ପାଇଁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି ।  ଏନେଇ ଟାଙ୍ଗୀ ବନ ବିଭାଗର ରେଞ୍ଜର ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.