ଯୁବକଙ୍କୁ ମାରିଲା ଦନ୍ତା, ଗତବର୍ଷ ମାଆଙ୍କ ଜୀବନ ମଧ୍ୟ ନେଇଥିଲା ହାତୀ

Published By : Prameya-News7 Bureau | October 19, 2021 IST

କାମାକ୍ଷାନଗର, ୧୯/୧୦: ଯୁବକଙ୍କୁ ମାରିଲା ଦନ୍ତା । ଶୌଚ ହେବାକୁ ଯାଇଥିବା ବେଳେ କଲା ଆକ୍ରମଣ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର  ମହାବୀରରୋଡ ରେଞ୍ଜ ଡମଳ ଗ୍ରାମର କମାର ବେହେରା।

ସୂଚନାନୁସାରେ, ମଙ୍ଗଳବାର ସକାଳେ କମାର ଗ୍ରାମ ନିକଟସ୍ଥ ନାଳକୁ ଶୌଚପାଇଁ ଯାଇଥିଲେ । ଏତିକି ବେଳେ ପଛପଟୁ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ କାମାକ୍ଷାନଗର ଠାରେ ତାଙ୍କର ମୃତ୍ୟୁ ହୋଇଛି।

କମାରଙ୍କ ଅଣ୍ଟା ଓ ଛାତିରେ ଗଭୀର ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ପାଇ ମେଡିକାଲରେ ରେଞ୍ଜର ସତ୍ୟନାରାୟଣ ସାହୁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।ସୂଚନାଯୋଗ୍ୟ,  ଗତବର୍ଷ କମାରର ମାଆଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ, ବାପା ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.