ମାତିଛି ଗୋଠଛଡା ଦନ୍ତା, ଖାଇଗଲା ଝିଅ ବାହାଘର ପାଇଁ ଥିବା ଡାଲି ଓ ଚାଉଳ

Published By : Prameya-News7 Bureau | April 23, 2024 IST

ପାଟଣା ୨୩/୦୪: ପାଟଣା ରେଞ୍ଜରେ ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା । ୩ ଦିନରେ ଭାଙ୍ଗିଲେ ୯ ଘର ଲୋକେ ଭୟଭୀତ । ମାଧପୁର ଗ୍ରାମରେ ଝିଅ ବାହାଘର ପାଇଁ ରଖାଯାଇଥିବା ଡାଲି ଚାଉଳ ଖାଇଗଲା ହାତୀ । 

ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୩ ଦିନ ହେଲାଣି ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇ ୮ରୁ ଅଧିକ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି । ବିଳମ୍ବିତ ରାତିରେ ଏହି ଦନ୍ତା ଗାଁ ଭିତରେ ପଶି ଆତଙ୍କ ଖେଳାଇ ଗଣ୍ଡବେଡା, ସିଲିପଦା ନୂଆପଡା ଏବଂ ଜଗନ୍ନାଥପୁର ଗ୍ରାମରେ ୫ ଘର ଭାଙ୍ଗି ଚୁରମାର କରିଦେଇଛି । 

କହିବାକୁ ଗଲେ ମାଧପୁର ଗ୍ରାମର ସୁହାଗ ନାଏକଙ୍କ ଝିଅ ବାହାଘର ଆସନ୍ତା ୧୧ ତାରିଖରେ ଥିବାରୁ ବାହାଘର ପାଇଁ ରଖାଯାଇଥିବା ଦୁଇ କ୍ୱିଣ୍ଟାଲ ଚାଉଳ ସହ ଡାଲି ଖାଇ ନଷ୍ଟ କରିଦେଇଛନ୍ତି ହାତୀ । ଏବେ କିପରି ସେ ଝିଅ ବାହାଘର କରିବେ ସେ ଚିନ୍ତାରେ ରହିଛନ୍ତି । ବନବିଭାଗ କ୍ଷତି ପୁରଣ ଯୋଗାଇଦେବାକୁ ଦାବି ହୋଇଥିବା ବେଳେ ଦନ୍ତାର ଆତଙ୍କରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଏବେ ଭର୍ତିଆବସା ଗାଁ ନିକଟରେ ଦନ୍ତା ଘୁରି ବୁଲୁଛି । ବନ ବିଭାଗ ହାତୀ ଉପରେ ନଜର ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.