ହାତୀପଲଙ୍କ ଉପଦ୍ରବ, ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ

Published By : Prameya-News7 Bureau | September 29, 2021 IST

ପାଟଣାଗଡ ୨୯/୦୯: ହାତୀପଲଙ୍କ ଆତଙ୍କ ବଢିବାରେ ଲାଗିଛି । ହାତୀ ପଲ ଗାଁ ପଶି ଉତ୍ପାତରେ କରୁଛନ୍ତି । ବଲାଙ୍ଗିର ଜିଲ୍ଲା ଲରମ୍ଭା ଅନ୍ତର୍ଗତ  ବିଭିନ୍ନ ଗ୍ରାମରେ ହାତୀପଲ ଉପଦ୍ରବ ଦେଖିବାକୁ ମିଳିଛି। ଗତ ଦୁଇଦିନ ଧରି ଲରମ୍ଭା ଖୁରସେଲ ଓ  ଇନପୁର ଗାଁରେ ଏକ ୨ ଟି ହାତୀ ପଶିଛନ୍ତି।

ତେବେ ଏହି ସମୟରେ ଲରମ୍ଭା ଗାଁର ଡୁଡୁକା ପଡ଼ାରେ ଥିବା କିଛି ଲୋକଙ୍କ ଘର ଭାଙ୍ଗିଛନ୍ତି । ଏହା ସହ ଘରେ ପଶି ଚାଉଳ ଖାଇବା ସହ ଅନେକ ଅସବାପତ୍ର ନଷ୍ଟ କରିଛନ୍ତି । ଏହାସହ ମକା ଫସଲ ମଧ୍ୟ ନଷ୍ଟ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବାରେ ବନବିଭାଗ ଫେଲ୍ ମାରିଛି । ହାତୀପଲଙ୍କ ଉପଦ୍ରବ ଲାଗି ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.