scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉତ୍ପାତିଆ ଦନ୍ତା : ପାଟ୍ରୋଲିଂକୁ ଯାଇଥିବା ଗାଡିକୁ କଲା ଆକ୍ରମଣ, ୪ରୁ୫ କର୍ମଚାରୀ ଆହତ

13/10/2022 at 10:28 AM

ନୀଳଗିରି ୧୩।୧୦ : ରେଞ୍ଜରଙ୍କ କାରକୁ ଆକ୍ରମଣ କଲା ବଣୁଆ ହାତୀ । ବାଲେଶ୍ୱର ଜିଲ୍ଲା ନୀଳଗିରି  କୁଲଡିହା ନିକଟରେ ହାତୀ ଆକ୍ରମଣରେ ଭାଙ୍ଗିଲା ରେଞ୍ଜରଙ୍କ ଗାଡି। ଅଳ୍ପକେ ବର୍ତିଲେ ରେଞ୍ଜର। ପଞ୍ଚଲିଙ୍ଗେଶ୍ଵର ବିଟ୍ ଅଧିନ ଗୋଡ଼ିଖୁଳା ପାଟଚଣ୍ଡି ଗାଁ ପାଖରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ,  ଗୋଡ଼ିଖୋଳା ଅଞ୍ଚଳରେ ଏକ ଦନ୍ତାହାତୀ ଉପଦ୍ରବ ଘଟାଇ  ଚାଲିଥିବା  ସଂପର୍କରେ କୁଲଡିହା ବନ ବିଭାଗ ଖବର ପାଇଥିଲା। ଏନେଇ ବନପାଳ ଓ  ୪  ଜଣ  ସବୁଜ ବାହିନୀ  କର୍ମଚାରୀ ରାତିରେ ପହଞ୍ଚି ଦନ୍ତାକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ଏକ ଘଣ୍ଟା ଧରି ଦନ୍ତାଟି ନାକେଦମ କରିବା ପରେ ପାଟଚଣ୍ଡି ନିକଟରେ ରାସ୍ତାରେ ଯାଉଥିବା ବେଳେ ଦନ୍ତାଟି କର୍ମଚାରୀ ଙ୍କୁ ପାଲଟା ଆକ୍ରମଣ କରିଥିଲା। ଏପିରିକି ପାଟ୍ରୋଲିଂ ରେ ଯାଇଥିବା ବୋଲେରକୁ ଠେଲି ନାଳରେ ପକାଇଥିଲା ।ଯାହାଫଳରେ ୫ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।

ତେବେ ଡ୍ରାଇଭର ଜଣକ ଗାଡି ହର୍ଣ୍ଣ ମାରିବାରୁ ଦନ୍ତାଟି ଜଙ୍ଗଲକୁ ଚାଲିଯାଇଥିଲା। ପରେ ବନ ବିଭାଗ ଟ୍ରାକ୍ଟର ସହାୟତାରେ ବୋଲେରଟିକୁ ଉଦ୍ଧାର କରି ଆଣିଥିବା ଜଣାପଡ଼ିଛି। ସେପଟେ ବନ ବିଭାଗ ମୋଟା ଅଙ୍କର ସରକାରି ଦରମା ନେ଼ଇ କାର୍ଯ୍ୟ ସଠିକ୍ ଭାବରେ କରୁନଥିବା ଅଭିଯୋଗ ନେଇ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟର ଓ ରେଞ୍ଜର ଙ୍କ ବିରୋଧରେ ମେଳି ବାନ୍ଧିଲେଣି ଲୋକେ ।

   Related Posts