ମାତିଛି ଗୋଠଛଡ଼ା ଦନ୍ତା ; ଭାଙ୍ଗୁଛି ଘର, ନଷ୍ଟ କରୁଛି ଧାନ-ଚାଉଳ

Published By : Prameya-News7 Bureau | January 12, 2021 IST

ପାଟଣା ୧୨।୦୧: କିଛି ଦିନର ବ୍ୟବଧାନ ପରେ ପୁଣି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦନ୍ତାହାତୀରେ ଉପଦ୍ରବ ଦେଖିବାକୁ ମିଳିଛି । ଯାହାଫଳରେ କି ସ୍ଥାନୀୟ ଅଞ୍ଚଳରେ ଅନେକ ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ ହୋଇଛି ।  

{"id":390964,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କିଛି ଦିନ ବ୍ୟବଧାନ ପୁଣି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ  ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ତୋଣ୍ଡ ବିଟ ଅନ୍ତର୍ଗତ ସଡ଼ଙ୍ଗବାହାଳୀ ଗ୍ରାମରେ ଏକ ଗୋଠ ଛଡା ଦନ୍ତା ହାତୀ ପଶି ଗ୍ରାମର ମଦନ ସୁନ୍ଦର ମହାନ୍ତଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛି । ଏହା ସହି ଏକ ବାଇକକୁ ମଧ୍ୟ ଭାଙ୍ଗିଦେଇଛି। ଘର ଭିତରେ ପରିବାର ଲୋକେ  ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀଟି ଗୋଠ ଛଡା ହୋଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଖୁବ ଶୀଘ୍ର ହାତୀକୁ ଘଉଡାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.