ନୀଳଗିରି ଉପଜିଲ୍ଲାପାଳ ଅଫିସରେ ହେଉଛି ବିଦ୍ୟୁତ ଚୋରି, ଦୁଇଟି କନେକ୍ସନ ଗୋଟିଏ ବିଲ୍
16/01/2023 at 10:22 PM

ନୀଳଗିରି: ରାଜ୍ୟ ସରକାର ୫ଟି ନୀତିକୁ ମାନିବା ସମସ୍ତ ସରକାରୀ କର୍ମଚାରୀଙ୍କ ଉତ୍ତର ଦାୟିତ୍ଵ।ହେଲେ ନୂତନ କରି ଯୋଗ ଦେଇଥିବା ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଏହାକୁ ନମାନିବା ଅଭିଯୋଗ ଉଠିଛି।ନିଜ ଅଫିସରେ ଗୋଟିଏ ବିଦ୍ୟୁତ ବିଲ ଦିଆଯାଉଥିବା ବେଳେ ଦୁଇଟି କନେକ୍ସନ କିପରି ଆସିଛି ତାହା ମଧ୍ୟ ସନ୍ଦେହ ପରିସରକୁ ଆସିଛି।
ଗୋଟିଏ କନେକ୍ସନ ଉପଜିଲ୍ଲାପାଳଙ୍କ ଅଫିସ ଚେମ୍ପର କୁ ଯାଉଥିବା ବେଳେ ଏଥିରେ ମିଟର ବସିନି।ଏଥିରୁ ଏସି ଚାଲୁଛି ଲାଇଟ ମଧ୍ୟ ଜଳୁଛି।ଏହା କେତେଦିନରୁ ଲାଗିଛି ତାହା କହିବା ମୁସ୍କିଲ ହୋଇଥିବା ବେଳେ ବିଦ୍ୟୁତ ବିଭାଗର ଅପାରଗତା ପଦାରେ ପଡିଛି।ଅବଶ୍ୟ ବିଦ୍ୟୁତ ବିଭାଗର ଏସଡ଼ିଓ ଫୋନ ନଉଠାଇବା ନୀଳଗିରିରୁ ଜେଇଙ୍କ ଦୃଷ୍ଟିଆକର୍ଷଣ ପରେ ସେ ଉପଜିଲ୍ଲାପାଳ ଅଫିସକୁ ଗୋଟିଏ କନେକ୍ସନ ଯାଇଥିବା କହିଛନ୍ତି।ସାଧାରଣ ଲୋକଙ୍କୁ ବିଦ୍ୟୁତ ଚୋରିନେଇ ଲକ୍ଷ ଲକ୍ଷ ଟଙ୍କା ଫାଇନ କରାଯାଉଥିବା ବେଳେ ଏଭଳି ଘଟଣାର ତଦନ୍ତ ହେବ ନା ଚପାଇ ଦିଆଯିବ ଏ ନେଇ ନଜର ରହିଛି।ସେ ଘଟଣାକୁ ଖଣ୍ଡନ କରିଛନ୍ତି।ବିଦ୍ୟୁତ ବାଇପାସ କଥା ମୁଁ ଜାଣେନି କଣ ହୋଇଛି ମୁଁ ଦେଖିବି ବୋଲି କହିଥିଲେ।