ବିଜୁଳି ବିଲ୍ ଆସିଲା ୨୧ ଲକ୍ଷ, ଢ଼ୋଲ ବଜାଇ ମିଠା ଧରି ପହଞ୍ଚିଲେ ମହିଳା...

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ, ୩୦/୧୧: ଅନେକ ସମୟରେ ଭୁଲ୍ ବିଜୁଳି ବିଲ୍‌​‌ ଯୋଗୁଁ ଲୋକଙ୍କୁ ଅସୁବିଧା ଭୋଗିଥାନ୍ତି। ଭୁଲ୍ ବିଜୁଳି ବିଲ୍ ପାଇଁ ଅନେକ ସମୟରେ ବିଜୁଳି ଅଫିସ୍ ଧାଇଁବାକୁ ପଡ଼ିଥାଏ। ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଭୁଲ୍ ବିଜୁଳି ବିଲ୍‌କୁ ଠିକ୍ କରିବାପାଇଁ ଆପଣାଇଥିଲେ ଏକ ଭିନ୍ନ ଉପାୟ।

ହରିୟାଣାର ପାନିପତର ଜଣେ ମହିଳାଙ୍କ ବିଜୁଳି ବିଲ୍ ପ୍ରାୟ ୨୧ ଲକ୍ଷ ୮୯ ହଜାର ଆସିଥିଲ। ଏହାକୁ ଠିକ୍ କରିବା ପାଇଁ ବିଜୁଳି ବିଭାଗର ଚକ୍କର କାଟିଥିଲେ ମହିଳା ଜଣକ, କିନ୍ତୁ ଏହା ଠିକ୍ ହୋଇପାରିନଥିଲା । ଏମିତିରେ ମହିଳା ଜଣକ ଚିନ୍ତିତ ହୋଇପଡ଼ିଥିଲେ ଏବଂ ଏକ ଭିନ୍ନ ଉପାୟ ଆପଣାଇଥିଲେ।

ପ୍ରକୃତରେ ସୁମନ ମିତ୍ତଲ ନାମକ ଏହି ମହିଳା ନିଜ ୬୦ ଗଜ ଘରେ ଏକୁଟିଆ ରହୁଥିଲେ। ମିତ୍ତଲ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବରେ କାମ କରନ୍ତି। କିନ୍ତୁ ତାଙ୍କ ଘରକୁ ଆସିଥିବା ଏହି ଭୁଲ୍ ବିଲ୍‌କୁ ଠିକ୍ କରିବା ପାଇଁ ବାରମ୍ବାର ବିଜୁଳି ଅଫିସ୍ ଯାଉଥିଲେ ବି ସମାଧାନ ହୋଇପାରିନଥିଲା। ଫଳରେ ମହିଳା ଜଣକ ବିଲ୍ ଠିକ୍ କରିବାକୁ ବିଜୁଳି ନିଗମ ଆଗରେ ଢ଼ୋଲ ବଜାଇ ଏବଂ ଅଧିକାରୀଙ୍କୁ ମିଠା ବାଣ୍ଟିଥିଲେ। ମହିଳା କହିଥିଲେ ଯେ ତାଙ୍କ ପାଖରେ ବିଲ୍ ଭରିବା ପାଇଁ ଟଙ୍କା ନାହିଁ। ଏଥିପାଇଁ ସେ ଏବେ ତାଙ୍କର ଘର ବିକି ବିଲ୍ ପୈଠ କରିବେ।

ଏହି ମାମଲାରେ ସବ୍ ଡିଭିଜନ୍ ଏସଡିଓ ନରେନ୍ଦ୍ର ଜାଗଲାନ କହିଛନ୍ତି ମହିଳାଙ୍କର ଯେଉଁ ବିଲ୍ ସଂଯୋଗ ରହିଛି ତାହା ତାଙ୍କ ଡିଭିଜନ ମଧ୍ୟରେ ଆସୁନାହିଁ ଏଥିପାଇଁ ସେ ବିଜୁଳି ବିଲ୍ ଠିକ୍ କରିପାରିବେନାହିଁ। ମହିଳା କହିଛନ୍ତି ​‌ଯେ ଏହା ପୂର୍ବରୁ ୨୦୧୯ ରେ ତାଙ୍କର ବିଜୁଳି ବିଲ୍ ହଠାତ୍ ୧୨ ଲକ୍ଷ ଟଙ୍କା ଆସିଥିଲା। କିନ୍ତୁ ଗତ ମାସରେ ସେ ସବୁ ବିଲ୍ ପୈଠ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.