vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ମାଛ ଧରିବା ବେଳେ ଚାଲିଗଲା ଜୀବନ: ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଦୁଃଖର ଛାୟା

28/08/2020 at 10:50 AM

 ବାଙ୍କୀ୨୮/୮:  ବିଦ୍ୟୁତ ସସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ। ବାଙ୍କୀ ଥାନା ଅନ୍ତର୍ଗତ କରବର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ମୃତ ବ୍ୟକ୍ତି ହେଲେ ପ୍ରକାଶ ଦଳାଇ। ବନ୍ୟାପାଣିରେ ଜାଲ ବିଛାଇ ମାଛ ଧରିବା ବେଳେ ବର୍ଷା ପାଣିରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିଲା। ସେହି ସମୟରେ ବିଦ୍ୟୁତ ତାର ସସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି।

ଅନ୍ୟ ମାଛ ଧରାଳିମାନେ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ ବିଳମ୍ବରେ ଘଟଣାସ୍ଥଳରେ ପହଁଞ୍ଚିଥିଲେ।ଅଗ୍ନିଶମ କର୍ମଚାରୀ ପହଁଞ୍ଚିବା ପୂର୍ବରୁ ସ୍ଥାନୀୟ ମାଛ ଧରାଳି ଯୁବକଙ୍କୁ ଡଙ୍ଗାରେ ଉଦ୍ଧାର କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

   Related Posts