ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ, ଖୁଣ୍ଟରେ ଚଢି ମରାମତି ବେଳେ ଲାଗିଲା କରେଣ୍ଟ

Published By : Prameya-News7 Bureau | August 11, 2023 IST

ଆନନ୍ଦପୁର ୧୧/୦୮: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକର ଜୀବନ । ମୃତକ ହେଉଛନ୍ତି ଘସିପୁରା ଥାନା ଗୁହାଳୀଆ ଗାଁ ର ରାଜେନ୍ଦ୍ର ଜେନା ।

ଗୁରୁବାର ବିଳମ୍ବିତ ରାତିରେ ନିଜ ଘରର ଲାଇନ୍ କଟିଯାଇଥିବାରୁ ରାଜେନ୍ଦ୍ର ଖୁଣ୍ଟରେ ଚଢି ବିଦ୍ୟୁତ୍ ମରାମତି କରିବାକୁ ଚେଷ୍ଟା କରୁଥିଲେ । ଠିକ୍ ଏତିକିବେଳେ ଲାଗିଥିଲା କରେଣ୍ଟ । ଫଳରେ କରେଣ ଲାଗିବାରୁ ଛିଟିକି ପଡିଥିଲେ ଯୁବକ ଜଣଙ୍କ ।

ତଳେ ପଡିବାରୁ ସଂଗେ ସଂଗେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଜୀବ୍ନ ବଞ୍ଚାଇବା କଷ୍ଟକର ଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.