ଲାଞ୍ଚ ନେବା ବେଳେ ମାଡି ବସିଲେ ଭିଜିଲାନ୍ସ କର୍ମଚାରୀ

Published By : Prameya-News7 Bureau | July 15, 2020 IST

ନୂଆପଡା୧୫/୭: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ। ନୂଆପଡା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁ ଗଭୀର ନଳକୂଅ ବିଦ୍ୟୁତ ସଂଯୋଗ ପାଇଁ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କୁ ଗିରଫ କରି ଭବାନୀପାଟଣା ଭିଜିଲନ୍ସ ଅଫିସକୁ ନିଆଯାଇଛି।

ସ୍ଥାନୀୟ ଝିଲମିଲା ଗାଁର ଲାଲୁ ସାହୁଙ୍କ ସ୍ତ୍ରୀ ଟିକେଶ୍ବରୀ ସାହୁଙ୍କ ନାଁରେ ଉଠା ଜଳସେଚନ ବିଭାଗ ତରଫରୁ ଏକ ଗଭୀର ନଳକୂଅ ଖୋଳି ଥିଲେ । ସେଥିରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଜେଇ ଶ୍ରୀ ସାହୁଙ୍କୁ କହିଥିଲେ । ଏଥି ପାଇଁ ଜେଇ ଶ୍ରୀ ସାହୁ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ । ଗତ ୧୩ ତାରିଖରେ ତାଙ୍କୁ ୪୬୦୦ ଟଙ୍କା ଦେଇଥିଲେ । ଆଉ ୧୦ ହଜାର ଟଙ୍କା ଦାବୀ କରିଥିଲେ । ଏନେଇ ଲାଲୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ମଧ୍ୟାହ୍ନରେ କଲାହାଣ୍ଡି ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଏକ ଟିମ୍‌ ଛକି ବସିଥିଲେ।

 ଅଭିଯୋଗକାରୀ ଲାଲୁ ୧୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିଲେ । ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରଯିବ ବୋଲି ଡିଏସପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଲାଲୁ ଚୋରୀ ଲାଇନ୍‌ ଲଗାଇଥିଲେ । ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କ ଫାଇନ୍ ନେଉଥିଲେ ବୋଲି ଇଲେକ୍ଟ୍ରି ଜେଇ ସଫେଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.