ସରି ଥିଲା ସବୁ ପ୍ରସ୍ତୁତି: ଦିନକ ପାଳିଥାନ୍ତା ୧୪ ତମ ଜନ୍ମଦିନ ହେଲେ କ'ଣ ହେବ ? ଜଳି ପୋଡି ପାଉଁଶ ହୋଇଗଲା ସୂର୍ଯ୍ୟର ସୁନ୍ଦର ଚେହେରା

Published By : Prameya-News7 Bureau | December 17, 2020 IST

ପାରଳାଖେମୁଣ୍ଡି୧୭/୧୨: ଆଉ ଦିନକ ପାଳିଥାନ୍ତା ଜନ୍ମଦିନ। ସେଥିପାଇଁ ତ ସାଙ୍ଗମାନଙ୍କ ସହ ମିଶି ଖୁସି ମନାଉଥିଲେ ସୂର୍ଯ୍ୟ। ମାତ୍ର କିଛି କ୍ଷଣକରେ ସବୁ ଖୁସି ଫସର ଫାଟିଗଲା। ପୁଅର ଜନ୍ମଦିନ ପାଇଁ ପରିବାର ଲୋକେ କେତେ କଣ ଭାବିଥିଲେ। ହେଲେ ଅଚାନକ ଆସିଲା ପୁଅର ମୃତ୍ୟୁ ଖବର। ୨୫ ହଜାର ଭୋଟଟେଜ୍‌ ବିତ୍ୟୁତ ତାର ଲାଗି ଜଳି ପୋଡିଗଲା ତାର ସେହି ସୁନ୍ଦର ଚେହେରା। ଏହି ଖବର ଶୁଣିବା ପରେ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ। ସାଙ୍ଗସାଥୀ, ବନ୍ଧୁ-ବାନ୍ଧବ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।

ସୂଚନା ମୁତାବକ, କରୋନ କଟକଣା ଯୋଗୁଁ ପାରଳାଖେମୁଣ୍ଡି ଷ୍ଟେସନ ନିକଟରେ ଏକ କୋଭିଡ୍ ଟ୍ରେନ ଅଟକି ରହିଥିଲା। ସେଲଫି ନେବା ଫଟୋ ଉଠାଇବା ଲାଗି ସୂର୍ଯ୍ୟ ଟ୍ରେନ୍ ଉପ​‌ରକୁ ଚଢ଼ି ଯାଇଥିଲା। ମାତ୍ର କିଛି ସମୟ ଭିତରେ ଛାତ୍ର ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଗୁରୁବାର ସକାଳୁ ରେଲଓ୍ବେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଆଉ ଦିନକ ପରେ ପାଳିଥାନ୍ତା ୧୪ ତମ ଜନ୍ମଦିନ ।

ନବମ ଶ୍ରେଣୀରେ ପଢୁଥିବା ପାରଳାଖେମୁଣ୍ଡି ଗୌରଚନ୍ଦ୍ର ସାହିରେ ରହୁଥିବା ଚୀଟି ଭୀଷ୍ମଙ୍କ ଏକମାତ୍ର ପୁଅ ସୂର୍ଯ୍ୟକୁମାର। ସେଠାରେ ଥିବା ସାଙ୍ଗମାନେ ବାରମ୍ବାର ମନା କରିବା ସତ୍ବେ କାହା କଥା ନଶୁଣି ସେ ଟ୍ରେନ ଉପରକୁ ଚଢ଼ି ଯାଇଥିଲା। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସେ ଟ୍ରେନ ଛାତିରେ ଚଢିବା କ୍ଷଣକେ ଉପରେ ଥିବା ୨୫ ହଜାର ଭୋଲଟେଜ୍ ବିଦ୍ୟୁତ୍ ତାର ତାକୁ ଟାଣି ନେଇଥିଲା। ଆଖି ପିଛୁଳାକେ ଜିଅନ୍ତା ଜଳିଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.