ଦୁର୍ଗମ ଏବଂ ପାହାଡିଆ ଅଞ୍ଚଳର ମତଦାନ କେନ୍ଦ୍ରକୁ ଯାଉଥିବା କର୍ମଚାରୀଙ୍କୁ ମିଳିବ ଦୁଇ ଗୁଣା ଭତ୍ତା: ନିର୍ବାଚନ ଆୟୋଗ

Published By : Prameya-News7 Bureau | June 11, 2022 IST

ନୂଆଦିଲ୍ଲୀ: ଜାତୀୟ ନିର୍ବାଚନ ଆୟୋଗ ଦୁର୍ଗମ ଏବଂ ପାହାଡି ଅଞ୍ଚଳକୁ ମତଦାନ କରାଇବାକୁ ଯାଉଥିବା କର୍ମଚାରୀଙ୍କ ବତ୍ତା ଦୁଇ ଗୁଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି କର୍ମଚାରୀଙ୍କ ଭତ୍ତା ଦୁଇ ଗୁଣ କରିବା ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି ଯେ, ମତଦାନ ହେଉଥିବା ଦୁର୍ଗମ ଅଞ୍ଚଳକୁ ପୁଲିଂ ପାର୍ଟିକୁ ତିନି ଦିନ ପୂର୍ବରୁ ଯିବାକୁ ପଡିଥାଏ । ତେଣୁ ଏହି ସବୁ କର୍ମଚାରୀଙ୍କ ଭତ୍ତା ଦୁଇ ଗୁଣ କରାଯାଉ । ଏହା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ଭତ୍ତା ସମାନ ଭାବେ ମିଳୁଥିଲା । ଆୟୋଗ ଏହି ନିଷ୍ପତ୍ତି ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କ ଉତ୍ତରାଖଣ୍ଡର ପାହାଡି ଅଞ୍ଚଳରେ ଥିବା ମତଦାନ କେନ୍ଦ୍ର ଗସ୍ତ କରିବା ପରେ ନେଇଛନ୍ତି ।

ପ୍ରାୟ ୧୮ କିମି ଚାଲିବା ପରେ ରାଜୀବ କୁମାର ଦୁର୍ଗମ ଅଞ୍ଚଳରେ ଥିବା ବୁଥରେ ପହଞ୍ଚିଥିଲେ । ସେଠାରୁ ଫେରିବା ପରେ ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେଉଁ କର୍ମଚାରୀ ଏମିତି ଦୁର୍ଗମ ଅଞ୍ଚଳରେ ମତଦାନ କରାଇବାକୁ ଆସୁଛନ୍ତି ସେମାନଙ୍କୁ ଅଧିକ ଭତ୍ତା ମିଳିବା ଉଚିତ୍ । ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜିଲ୍ଲା ନିର୍ବାଚନ ଅଧିକାରୀ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଦୁର୍ଗମ ମତଦାନ କେନ୍ଦ୍ର ଗସ୍ତ କରିବେ । ଏଥିସହ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମୟ ଅନୁଯାୟୀ ଏମିତି ସ୍ଥାନ ଗସ୍ତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.