oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଇଲେକ୍ସନ ଓ୍ବାଚ୍ ରିପୋର୍ଟ : କଂଗ୍ରେସର ବବି ଓ ବିଜେଡିର ପିନାକୀ ସବୁଠୁ ଧନୀ, ଯୋଗୀନାଥ ଗରିବ ପ୍ରାର୍ଥୀ

20/04/2019 at 7:41 PM

ଭୁବନେଶ୍ବର ୨୦।୪ : ଆସନ୍ତା ୨୩ ତାରିଖ ଦିନ ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିରେ ରାଜ୍ୟର ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୧ ଜଣ ପ୍ରାର୍ଥୀ  ପ୍ରତିଦ୍ବନ୍ଦ୍ବୀତା  କରୁଥିବା ବେଳେ ୪୨ ଟି ବିଧାନସଭା ଆସନ ନିମନ୍ତେ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି। ନିର୍ବାଚନ ଅବ୍ୟବହତି ପୂର୍ବରୁ ଆଜି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କର ସମ୍ପତ୍ତି ତାଲିକା ଏବଂ ଅପରାଧ ତାଲିକା ପ୍ରକାଶ କରିଛନ୍ତି ଓଡିଶା ଇଲେକ୍ସନଓ୍ବାଚ୍ ଏବଂ ଏଡିଆର।

ଏଡିଆର ପ୍ରକାଶ କରିଥିବା ତାଲିକା ଅନୁସାରେ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି କଟକ ଜିଲ୍ଲା ବଡମ୍ବା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି। ବବିଙ୍କ ମୋଟ ସମ୍ପତ୍ତିର ପରିମାଣ ୧ ଶହ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ତାଙ୍କ ତଳକୁ ଅଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରାରୁ ପ୍ରାର୍ଥୀ ହୋଇଥିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ। ସମ୍ପତ୍ତି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳିର ସ୍ବାଧୀନ ପ୍ରାର୍ଥୀ ଶ୍ରୀମନ୍ତ କୁମାର ତ୍ରିପାଠୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୪୬ କୋଟିରୁ ଅଧିକ ବୋଲି ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠରୁ ଏଡିଆର ଆକଳନ କରିଛି।

ସେହିପରି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ବିଜେଡିର ଖଣ୍ଡପଡା ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ। ସତ୍ୟପାଠ ଅନୁସାରେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୩୦ କୋଟି ଟଙ୍କାରୁ  ଊର୍ଦ୍ଧ୍ବ ହୋଇଥିବା ବେଳେ ତାଙ୍କ ପଛକୁ ଚତୁର୍ଥ ସ୍ଥାନରେ ରହିଛନ୍ତି ସମ୍ବଲପୁର ରେଢାଖୋଲରୁ ପ୍ରତିଦ୍ବନ୍ଦ୍ବୀତା କରୁଥିବା ନିର୍ଦ୍ଦଳୀୟ ପ୍ରାର୍ଥୀ ଜୟଲାଲ ବେହେରା। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୭ କୋଟି ଟଙ୍କାରୁ ଅଧିକ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି।

ରିପୋର୍ଟ ଅନୁସାରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡିର ପିନାକୀ ମିଶ୍ର ସବୁଠାରୁ ଧନି ପ୍ରାର୍ଥୀ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି। ପିନାକୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ତାଙ୍କ ପଛକୁ ଅଛନ୍ତି ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ। ନିତେଶଙ୍କ ମୋଟ ସମ୍ପତ୍ତିର ପରିମାଣ ୨୬ କୋଟି ଟଙ୍କାରୁ ଅଧିକ ଦର୍ଶା ଯାଇଥିବା ବେଳେ ଢେଙ୍କାନାଳର କଂଗ୍ରେସ ପ୍ରାର୍ଥୀ ରାଜା କାମାକ୍ଷା ପ୍ରସାଦ ସିଂଦେଓ ୧୫ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛନ୍ତି।

କଟକ ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରୀୟ ଇଣ୍ଡିପେଣ୍ଡେଣ୍ଟ ମୋର୍ଚ୍ଚାର ଯୋଗୀନାଥ ସାହୁ ମାତ୍ର ୩୭୭ ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଗରୀବ ପ୍ରାର୍ଥୀ ବୋଲି ଏଡିଆର ଆକଳନରୁ ଜଣାପଡିଛି। ସେହିପରି ନୟାଗଡ ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରତିଦ୍ବନ୍ଦ୍ବୀତା କରୁଥିବା ବିଜେପି ପ୍ରାର୍ଥୀ ଇରାନୀ ରାୟ ସବୁଠାରୁ ଅଧିକ ଋଣୀ ବୋଲି ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୧ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ୭ କୋଟି ଟଙ୍କା ଋଣ ଥିବା ଦର୍ଶା ଯାଇଛି। ତେବେ ବାରବାଟୀ-କଟକର କଂଗ୍ରେସ ପ୍ରାର୍ଥୀ ସବୁଠୁ ଅଧିକ ଆୟକାରୀ ବୋଲି ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ସେ ବ୍ୟବସାୟରୁ ଆୟ କରୁଥିବା ଉଲ୍ଲେଖ କରିଥିବା ବେଳେ ବାର୍ଷିକ ୪କୋଟିରୁ ଅଧିକ ଆୟ କରୁଥିବା ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ଅପରାଧିକ ସମୀକ୍ଷାରେ ବିଜେପିର ୭୧ ପ୍ରତିଶତ ପ୍ରାର୍ଥୀ ଅପରାଧ ସହ ସମ୍ପୃକ୍ତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ରହିଛି। ବିଜେଡିର ୪୮ ଓ କଂଗ୍ରେସର ୪୬ ପ୍ରତିଶତ ପ୍ରାର୍ଥୀ ଅପରାଧ ସହ ସମ୍ପୃକ୍ତ ଥିବା ରିପୋର୍ଟରେ ଦର୍ଶାଯାଇଛି।

   Related Posts