ଆସନ୍ତା କାଲି ଭୁବନେଶ୍ବରର ୫ଟି ସ୍ଥାନରେ ଏଲଇଡି ସ୍କ୍ରିନରେ ପ୍ରକାଶ ହେବ ଗଣତି ସମ୍ପର୍କିତ ତଥ୍ୟ

Published By : Prameya-News7 Bureau | May 22, 2019 IST

ଭୁବନେଶ୍ବର୨୨|୫: ଭୁବନେଶ୍ବରର ୫ଟି ସ୍ଥାନରେ ଏଲିଡି ସ୍କ୍ରିନ ମାଧ୍ୟମରେ ନିର୍ବାଚନ ଫଳାଫଳ ଏବଂ ଅପଡେଟ ପ୍ରକାଶ କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିନିମନ୍ତେ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫରେଷ୍ଟପାର୍କ, କଳିଙ୍ଗ ହସ୍ପିଟାଲ ଛକ, ଲିଙ୍ଗରାଜ ମନ୍ଦିର, କଳ୍ପନା ଛକ ଏବଂ ରୂପାଲି ଛକରେ ଏଥିପାଇଁ ଏଲଇଡି ସ୍କ୍ରିନ ଲଗାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ  ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ତଥ୍ୟ ଯୋଗାଇଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.