ପୁଣି ମାଲକାନଗିରିରେ ପହଞ୍ଚିଲା ନିର୍ବାଚନୀ ଟ୍ରେନ, ଏଥର ସାଙ୍ଗରେ ଥିଲେ ରେଳ ବିଭାଗୀୟ ଇଞ୍ଜିନିୟର

Published By : Prameya-News7 Bureau | January 20, 2019 IST

ମାଲକାନଗିରି ୨୦|୧: ମାଲକାନଗିରିରେ ପହଞ୍ଚିଛି ନିର୍ବାଚନୀ ଟ୍ରେନ। ହଁ ଏଇ କଥା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ କାରଣ ପୂର୍ବରୁ ଆପଣ ଲୋକାଲ ଟ୍ରେନ, ଏକ୍ସପ୍ରେସ ଟ୍ରେନ ଓ ବୁଲେଟ ଟ୍ରେନ ସମ୍ପର୍କରେ ଅନେକ କଥା ଶୁଣିଛନ୍ତି ତେବେ ବର୍ତମାନ ଆମ ରାଜ୍ୟର ଉପାନ୍ତ ଜିଲ୍ଲାରେ ପହଞ୍ଚିଛି ନିର୍ବାଚନୀ ଟ୍ରେନ । ପ୍ରତି ପାଞ୍ଚ ବର୍ଷରେ ଥରେ ଏହି ଟ୍ରେନ ମାଲକାନଗିରିକୁ ଯାଏ ଓ ନିର୍ବାଚନ ସରିଲେ ସେଠାରୁ ଫେରିଯାଏ । ତେବେ ଏଥିରେ କୌଣସି ସାଧାରଣ ଯାତ୍ରୀ ଯାତ୍ରା କରନ୍ତି ନାହିଁ। କେବଳ ନେତାଏ ନିର୍ବାଚନ ବୈତରଣୀ ପାରି ହୁଅନ୍ତି ଏହି ଟ୍ରେନରେ।…

{"id":76264}

ମାଲକାନଗିରିକୁ ଟ୍ରେନ୍‌ ।ନିର୍ବାଚନ ଆସିଲେ ମାଲକାନଗିରିକୁ ଚାଲେ ଟ୍ରେନ୍‌ ।ରାଜ୍ୟର ଏହି ଉପାନ୍ତ ମାଓବାଦୀ ପ୍ରଭାବିତ ଜିଲ୍ଲାକୁ ଏପର୍ଯ୍ୟନ୍ତ ଟ୍ରେନ୍‌ ଲାଇନ୍‌ ପଡ଼ିନଥିଲେ ମଧ୍ୟ ନିର୍ବାଚନ ପାଖେଇ ଆସିଲେ ନେତାଏ ଏଠିକି ଚଲେଇ ଦିଅନ୍ତି ଟ୍ରେନ୍‌ ।ଆଉ ଏଥର ଟ୍ରେନ୍‌ ଚଳାଇବାର ଦାୟିତ୍ବ ନେଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ।

{"id":76262}

ସାଧାରଣ ନିର୍ବାଚନ ପାଖେଇ ଆସିବା ସହିତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପୁଣି ସେଇ ପୁରୁଣା ପ୍ରସଙ୍ଗକୁ ନେଇ ମାଲକାନଗିରି ପହଞ୍ଚିଛନ୍ତି । ତେବେ ଏଥର ଜମିରେ ନାଲି ପତାକା ଲଗାଇ ଲୋକଙ୍କୁ ଦେଖାଇଛନ୍ତି ମାଲ୍ୟବନ୍ତ ଷ୍ଟେସନ।…

{"id":76265}

ଭୋଟ୍‌ ପାଖେଇ ଆସୁଥିବାରୁ ରହିଥିବାରୁ ସାଂସଦ ମହାଶୟ ଏକାକୀ ମାଲକାନଗିରି ଯାଇନାହାନ୍ତି । ସାଙ୍ଗରେ ପୂର୍ବତଟ ରେଳବାଇର ଇଞ୍ଜିନିୟରମାନଙ୍କୁ ମଧ୍ୟ ନେଇଛନ୍ତି । ୨୦୨୨ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ଟ୍ରେନ୍‌ ଗଡ଼ିବ ବୋଲି ସାଂସଦ କହୁଥିବା ବେଳେ ରେଳ ବିଭାଗ କିନ୍ତୁ କହୁଛି ବର୍ତ୍ତମାନ କେବଳ ସର୍ଭେ ଆରମ୍ଭ ହୋଇଛି । ସର୍ଭେ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆ ଯିବା ପରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କାମ ଆରମ୍ଭ କରିବେ ।ତା ପରେ ଯାଇ ରେଳ ଲାଇନ୍‌ ଲାଗି ଟେଣ୍ଡର ଆରମ୍ଭ କରିବ ।…

{"id":76263}

ସପ୍ତାହକରେ ଥରେ କିମ୍ବା ମାସକରେ ଥରେ ଏଠି ଟ୍ରେନ ଚାଲୁ ନାହିଁ । କିନ୍ତୁ ପ୍ରତି ପାଞ୍ଚ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାକୁ ଜୟପୁର ଷ୍ଟେସନରୁ ସିଧା ସଳଖ ସଂଯୋଗ ହୁଏ ନିର୍ବଚନୀ ଟ୍ରେନ। ତେବେ ଆଉ କେତେ ଦିନ ଆମ ନେତାଏ ସାଧାରଣ ଲୋକଙ୍କୁ ଏମିତି ମିଛ କଥା କହି ନିର୍ବାଚନୀ ବୈତରଣୀ ପାର୍‌ ହେଉଥିବେ ତାହା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ ।

{"id":76266}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.