ମେୟର ଲଢେଇ, ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ଆସନରେ ବିଜେଡି ଆଗୁଆ

Published By : Prameya-News7 Bureau | March 26, 2022 IST

ଭୁବନେଶ୍ୱର ୨୬।୦୩ : ପୌର ଫଳାଫଳ । ଚାଲିଛି ଭୋଟ ଗଣତି । ରାଜ୍ୟର ତିନି ମହାନଗର ନିଗମ ଆସନରେ ଆଗରେ ଚାଲିଛି ବିଜେଡି । କଟକ ଓ ବ୍ରହ୍ମପୁର ମହାନଗର ଆସନରେ ଗଣତି ସଠିକ୍‌ ସମୟରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଟିକିଏ ବିଳମ୍ବରେ ହୋଇଥିଲା ଗଣତି । ତେବେ ଆସନ୍ତୁ ଜାଣିବା କେଉଁ ମହାନଗର ନିଗମରେ କିଏ କେତେ ଭୋଟରେ ଆଗରେ ରହିଛି ।

ଭୁବନେଶ୍ୱର ମହାନଗର ନିଗମର ଆସନ ପାଇଁ ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ୧୧୩୧୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୭୦୫୮ ଖଣ୍ଡ ଭୋଟ ପାଇଛନ୍ତି । ଆଉ ବାକି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୪୪୩ ଖଣ୍ଡ ଭୋଟ ପାଇଛନ୍ତି ।

କଟକ ମହାନଗର ନିଗମରେ ମଧ୍ୟ ଜାରି ରହିଛି ଭୋଟ ଗଣତି । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂହ ୧୭୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୧୩୮୫୦ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୬୨୬୪ ଖଣ୍ଡ ଭୋଟ ପାଇଛନ୍ତି ।

ସେପଟେ ବ୍ରହ୍ମପୁର ମହାନଗର ନିଗମ ଲାଗି ଭୋଟ ଗଣତି ଜାରି ରହିଛି । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ୨୭୩୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୦୭୩୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ୩୨୭୦ ଖଣ୍ଡ ଭୋଟ ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.