ନୂଆଦିଲ୍ଲୀ ୦୩।୧୨ : ସରିଆସୁଛି ସମୟ । ଆଉ କିଛି କ୍ଷଣର ଅପେକ୍ଷା । କିଛି ଘଣ୍ଟାରେ ହୋଇଯିବ ଫୈସଲା । କାହା ହାତକୁ ଯିବ ରାଜ୍ୟର ଗାଦି । ଆଉ କାହାର ରାଜତିଳକ । ଶେଷ ପର୍ଯ୍ୟାୟରେ ଚାରି ରାଜ୍ୟରେ ଚାଲିଛି ଭୋଟ କାଉଣ୍ଟିଂ । ତେବେ ବର୍ତ୍ତମାନ ସୁଦ୍ଧା ଚାଲିଥିବା ଟ୍ରେଣ୍ଡ ଅନୁସାରେ ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନରେ ସରକାର ଗଢିପାରେ । ବାକି ଛତିଶଗଡ଼ର ଚିତ୍ର ହୋଇନାହିଁ ସ୍ପଷ୍ଟ । ସେପଟେ ତେଲେଙ୍ଗାନାରେ କଂଗ୍ରେସକୁ ମିଳିବ ଫାଇଦା ।
ମଧ୍ୟପ୍ରଦେଶରେ ୨୩୦ଟି ଆସନରେ ମତଦାନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତିରେ ବିଜେପି ୧୬୫ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୩ଟି ସିଟ୍ରେ ଆଗରେ ରହିଛି । ବାକି ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗରେ ରହିଛନ୍ତି ।
wp:embed {"url":"https://www.prameyanews7.com/rajasthan-election-result-2023-bjp-crosses-majority-mark/","type":"wp-embed","providerNameSlug":"prameya-news-7"} /wp:embedରାଜସ୍ଥାନରେ ୧୯୯ଟି ଆସନରେ ମତଦାନ ହୋଇଥିଲା । ଆଉ ଯାହାର ଆଜି ଗଣତି ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନରେ ବିଜେପି ୧୦୩ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୯ଟି ସିଟ୍ରେ ଆଗରେ ଚାଲିଛି । ବାକି ଅନ୍ୟାନ୍ୟ ଦଳ ୧୭ଟି ଆସନରେ ଆଗରେ ଚାଲିଛନ୍ତି ।
ସେହିପରି ଛତିଶଗଡ଼ରେ ୯୦ଟି ସିଟ୍ରେ ଭୋଟ ଗଣତି ହେଉଛି । ଏବେ ସୁଦ୍ଧା ବିଜେପି ୫୩ଟି ସିଟ୍ରେ ଆଗରେ ରହିଥିବା ବେଳେ କଂଗ୍ରେସ ୩୪ଟି ଆସନରେ ଆଗୁଆ ଚାଲିଛି । ବାକି ଅନ୍ୟାନ୍ୟ ଦଳ ୩ଟି ସିଟ୍ରେ ଆଗୁଆ ରହିଛନ୍ତି ।
ଅନ୍ୟପଟେ ତେଲେଙ୍ଗାନାରେ ୧୧୯ ବିଶିଷ୍ଟ ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ଆଉ ଆଜି ଚାଲିଛି ଗଣତି । ତେବେ ବର୍ତ୍ତମାନ ସୁଦ୍ଧା ବିଜେପି ୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୫ ଆସନରେ ଅଗ୍ରଣୀ ରହିଛି । ବାକି ବିଆରଏସ୍ ଦଳ ୩୯ଟି ଆସନରେ ଆଗୁଆ ଚାଲିଥିବା ବେଳେ ଅନ୍ୟାନ୍ୟ ଦଳ ୬ଟି ସିଟ୍ରେ ଆଗରେ ରହିଛନ୍ତି ।
wp:embed {"url":"https://www.prameyanews7.com/abhishek-bachchan-aishwarya-rai-separation-rumours-again/","type":"wp-embed","providerNameSlug":"prameya-news-7"} /wp:embed